ତୁଷୁରା, (କେପିଏନ୍ଏସ୍) : ତୁଷୁରା ଏନ୍ଏସି ସଭାଗୃହ ଠାରେ ତ୍ରିଦିବସୀୟ ଜନଗଣନା ୨୦୨୭ର ତାଲିମ ଉଦ୍ଯାପିତ ହୋଇଯାଇଛି । ଉକ୍ତ ତାଲିମକୁ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଓ ଲମ୍ବୋଦର ନାୟକ ଫିଲ୍ଡ ଟ୍ରେନର୍ ଭାବରେ ତାଲିମ ଦେଇଥିଲେ । ଏଥିରେ ତୁଷୁରା ଏନ୍ଏସି ଅନ୍ତର୍ଗତ ୧୧ ଟି ୱାର୍ଡ ପାଇଁ ୨୨ଟି ଗୃହଗଣନା ବ୍ଲକ୍ ପାଇଁ ୨୨ ଜଣ ଗଣନାକାରୀ ଓ ୪ ଜଣ ସୁପରଭାଇଜରଙ୍କୁ ତାଲିମ ଦିଆଯାଇଥିଲା । ବର୍ତ୍ତମାନ ସ୍ୱଗଣନା କାର୍ଯ୍ୟ ଚାଲୁଅଛି । ଆସନ୍ତା ଏପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ମଧ୍ୟରେ ସମସ୍ତ ଗଣନାକାରୀ ପ୍ରଥମ ପର୍ଯ୍ୟାୟ ଗୃହଗଣନା କାର୍ଯ୍ୟ ସମାପନ କରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।