ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ ସଭ୍ୟମାନେ ପଖାଳ ସହ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନର ମଜା ଉଠାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୁଭଶ୍ରୀ ସ୍ୱାଇଁ, ସହ-ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ତାରା କ୍ରିଷ୍ଣନ ମୂର୍ତ୍ତି, ରିନା ରାଣୀ ସାହୁ, ରୁନୁ ଭୂୟାଁ, ସ୍ନିଗ୍ଧା ପୁହାଣ, ଲିପ୍ସା ନାୟକ, ପ୍ରିୟଙ୍କା ପାଣି, ଘନଶ୍ୟାମ ମିଶ୍ର, ବିଜୟ ସୁନ୍ଦରାୟ, ଶର୍ମିଲା ଦୀପ, ଅମ୍ରିତ୍ କୌର, ଶାନ୍ତିଲତା, ଶଶିଲତା ହୋତା, ଜ୍ୟୋର୍ତିମୟ ଆଚାର୍ଯ୍ୟ ଓ ମହେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶ୍ୱଜିତ୍ ରାଉତ, ଦେବିକା ମିଶ୍ର, କବିତା ଦଳେଇ, ମାନସୀ ନନ୍ଦ, ବସୁମତୀ ମହାନ୍ତି ଓ ଗୌରୀ କୁମ୍ଭାର, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପଖାଳର ମହତ୍ତ୍ୱ ଓ ଔଷଧୀୟ ଗୁଣ ତଥା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ କିପରି ପ୍ରିୟ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
Prev Post
Next Post