jsm

ମାଆ ଏକ ମନ୍ଦିରର ଅଡିସନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ଉପହାର ତରଫରୁ ଆୟୋଜିତ ଶୁଭମ୍ ସିନେ ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ସିନେମା “ମାଆ ଏକ ମନ୍ଦିର”ର ଅଡିସନ ସେକ୍ଟର ୨୦ ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଡିସନ୍‌ରେ ଓଡ଼ିଆ, ହିନ୍ଦୀ, ବେଙ୍ଗଲି ସିନେମାର ଜଣାଶୁଣା ନିର୍ଦ୍ଦେଶକ ଡକ୍ଟର ମାଧବ ଚନ୍ଦ୍ର ପରିଡା ଓ ସତ୍ୟବ୍ରତ ଓଝା ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ୮୦ ଜଣ କଳାକାର ନିଜର ପ୍ରତିଭା ଦେଖାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପହାରର ସଭାପତି ସୂର୍ଯ୍ୟକାନ୍ତ ସାହୁ, ଲୋକସମ୍ପର୍କ ଅଧିକାରୀ ରାଜଲକ୍ଷ୍ମୀ ପ୍ରଧାନ, ରେଜିଷ୍ଟ୍ରାର ବିଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ସେଠୀ, କାର୍ଯ୍ୟକାରୀ ସଭାପତି ଚିନ୍ମୟ ପତି, ସସ୍ମିତା ପରିଡା, କ୍ରୀଡା ସମ୍ପାଦକ ପ୍ରଫୁଲ୍ଲ ଜେନା, ବାବୁ ପରିଡା, ସଞ୍ଜୀବ ଏବଂ ପୁଷ୍ପ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.