ପାଟଣାଗଡ, (କେପିଏନ୍ଏସ୍) : ଆଜିସକାଳ ସମୟ ୯ଟା ୫୫ମିନିଟ ସମୟରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରବାହାଲ ଗ୍ରାମଠାରେ ସରକାରଙ୍କ ବସୁଧା ଯୋଜନାରେ ନିର୍ମାଣ କରାଯାଉଥିବା ପାଣିଟାଙ୍କି ଗାତରେ ଖସିପଡି ଜଣେ ଶ୍ରମିକ ତ୍ରିଲୋଚନ ପ୍ରଧାନ (୫୫) ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ତାଙ୍କୁ ଉଦ୍ଧାର ପାଇଁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ପଠାଯାଇଥିଲା । ତାଙ୍କୁ ୧୦ଟା ୧୫ମିନିଟ ସମୟରେ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର କରି ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭତ୍ର୍ତ୍ତି କରିଥିଲେ । ଶ୍ରମିକ ଜଣକ ନୟାଗଡ଼ ଅଂଚଳର ବୋଲି ଜଣାପଡିଛି ।