jayashree

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ବିଭାଗର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଖଗେଶ୍ୱର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ଦାସ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରି ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରି କଠିନ ପରିଶ୍ରମ ଦ୍ୱାରା ତାଙ୍କ ପରିବାର ତଥା ମହାବିଦ୍ୟାଳୟ ପାଇଁ ଗୌରବ ଆଣିବାରେ ସକ୍ରିୟ ଯୋଗଦାନ ଦେବା ପାଇଁ ଉତ୍ସାହିତ କରିଥିଲେ । ବିଭାଗୀୟ ମୁଖ୍ୟ ଡଃ. ତୁଷାରକାନ୍ତ ସାହୁ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନୈତିକତାର ସହ ରାଷ୍ଟ୍ର ଗଠନ ତଥା ବିକାଶ ଦିଗରେ ଅବଦାନ ନିମନ୍ତେ ପ୍ରେରିତ କରିଥିଲେ । ଅଧ୍ୟାପକ ଡଃ. ଭେଙ୍କଟେଶ୍ୱର ମେହେର ଏହି ଗୁଣାତ୍ମକ ଯୁଗରେ ପରିମାଣ ଉପରେ ନିର୍ଭର ନ ହୋଇ ସମସ୍ତଙ୍କୁ ଦକ୍ଷତାବଳୀ ଗୁଡିକର ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଅଧ୍ୟାପିକା ଡଃ. ସସ୍ମିତା ମେହେର ସମସ୍ତଙ୍କୁ ନିଜ ନିଜ ଲକ୍ଷ୍ୟ ହାସଲ ଦିଗରେ ଗୁରୁଜନ ଏବଂ ପିତାମାତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରି ଆବେଗିକ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଏକାଡେମିକ ବର୍ଷାର ଡଃ. ସରୋଜ କୁମାର ନାଏକ ନିଜ ଅଭିଭାଷଣରେ ସମସ୍ତଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବର୍ଷା ବେରିଆ ପରିଚାଳନା କରିଥିଲେ । ଏହି ସଭାରେ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶର୍ମିଲା, ପ୍ରିୟଙ୍କା, ମୌସମୀ, ଓମ୍, ମାନସ, ଯଶୋବନ୍ତ, ବର୍ଷା, ଟିନା, ସୁନୀଲ, ପ୍ରୀତିଶ, ପ୍ରକାଶ ଓ ସମସ୍ତେ ବିଶିଷ୍ଟ ଭାବରେ ସହଯୋଗ କରିଥିଲେ ।

Leave A Reply

Your email address will not be published.