ପରଦେଶୀ ନାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସରକାରୀ ଏସ୍ .ଏସ୍.ଡି. ହାଇସ୍କୁଲର ଦପ୍ତରି ପରଦେଶୀ ନାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶାନ୍ତନୁ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ମୁକେଶ ନାୟକ, ଅନୁରାଧା ପାଣ୍ଡେ, ମିନତୀ ବାଗ, ନରୋତମ ମେହେର, ସୁଚୁରିତା ପଟେଲ, ପ୍ରିୟଙ୍କା ଭୋଇ, ଭଗବାନ ଧାରୁଆ, କିଶୋର ପଣ୍ଡା ସମସ୍ତ ଛାତ୍ରଛାତ୍ରୀ ସମେତ ପତ୍ନୀ ରେବତୀ ନାଗ, ପୁଅ ପ୍ରଭାତ ନାଗ, ପ୍ରବୀଣ ନାଗ, ଝିଅ ଲିପି ନାଗ, ଭାଇ ପୂର୍ବତନ ବନାଞ୍ଚଳ ଅଧିକାରୀ ଲକ୍ଷ ମହାନନ୍ଦ, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ପେସ୍କ ସଭାପତି ହରି ମହାନନ୍ଦ, କୈଳାସ ମହାନନ୍ଦ, ସୁବୋଧ ଛଟ୍ରିଆ, ରିତେଶ ମହାନନ୍ଦ, ଦେବଚିନ୍ତା ନାଗ ସମେତ ଅନେକ ବୁଦ୍ଧିଜୀବୀ, ଅଞ୍ଚଳବାସୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶ୍ରୀ ନାଗ ୦୬.୦୯.୧୯୮୯ରୁ ଚାକିରୀ ଜୀବନ ଆରମ୍ଭ କରି ୩୧.୦୩.୨୦୨୬ ରେ ଅବସର ନେଇଛନ୍ତି । ସେ ନିଷ୍ଠାପର, ସଚ୍ଚୋଟ, ମିଷ୍ଟଭାଷୀ ଓ ପରୋପକାରୀ ଭାବେ ଅଞ୍ଚଳରେ ବେଶ ପରିଚିତ ।

Leave A Reply

Your email address will not be published.