ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସ୍‌ପି ଅଭିଳାଷ ଏକ ବଡ଼ ସୂଚନା ଦେଇଛନ୍ତି । ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିକି ବିଧାୟକ ଜୈନଙ୍କ ସୁରକ୍ଷା ଦାୟିତ୍ୱରୁ ପିଏସ୍‌ଓ ନାଗଙ୍କୁ ବାହାର କରାଯାଇଛି । ଉତ୍ତରାଞ୍ଚଳ ଆଇଜିଙ୍କ ଜେରା ପରେ ପିଏସ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି କହିଛନ୍ତି । ସୂଚନା ଯୋଗ୍ୟ, ଟିଟିଲାଗଡ଼ ସହରରେ ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଆଧ୍ୟାତ୍ମିକ ଶୋଭାଯାତ୍ରା ହୋଇଥିଲା । ସେତିକିବେଳେ ସର୍ବସମ୍ମୁଖରେ ବିଧାୟକ ଫାଙ୍କା ଗୁଳିଚାଳନା କରିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା ।

Leave A Reply

Your email address will not be published.