- ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ : ୩ ଅଟକ
ସଇଁତଲା, (ଖୁସିରାଣୀ ସାହୁ) : ବିବାହକୁ ବର୍ଷେ ବିତିନି ଶାଶୁ ଘରେ ନବ ବଧୂର ଜୀବନ ଚାଲିଯାଇଛି । ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥି ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା । ଆଜି ସେ ପରିବାର ଲୋକଙ୍କ ସହ ମିସି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଆସିଛି । ତେବେ ଏହି ହତ୍ୟା କାଣ୍ଡ ପଛରେ ସ୍ୱାମୀର ପରକୀୟା ପ୍ରୀତି ରହିଥିବା ଆଲୋଚନା ହେଉଛି । ଏନେଇ ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ମତେ ବାଗଭାଡି ଗାଁର ଅନୁପମା ମହାନନ୍ଦଙ୍କୁ ତୁଷୁରା ଥାନା ମହିପୂର ଗାଁର ମାଇଦାନ୍ତୁ ମହାନନ୍ଦ ୧୦ମାସ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ଗତ ରାତିରେ ତାଙ୍କ ସ୍ତ୍ରୀକୁ ନିଜେ ସେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୩ ଜଣକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ।