ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ଆଲୋକ କୁମାର ରଥ, ଅଧ୍ୟାପିକା ଜୟନ୍ତୀ ଖୁଣ୍ଟିଆ, ଦମୟନ୍ତୀ ମେହେର, ପ୍ରଭାସିନୀ ମେହେର, ଅଧ୍ୟାପକ ନଟବର ବେହେରା, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ ଓ ପ୍ରଶିକ୍ଷିକା ଯାଜ୍ଞସିନୀ ମାଝୀ ମଞ୍ଚାସିନ ରହି ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ । ୧୫୫ ଜଣ ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି ଏବଂ ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଡିଲେଶ୍ୱର ନିଆଲ, ଭାଷ୍କର ମେହେର, ଆଲୋକ କୁମାର ମୁଣ୍ଡ, ରାମକୃଷ୍ଣ ବାଗ, ରଞ୍ଜିତ କୁମାର ସଗରିଆ, ଗିରିଶ ଚନ୍ଦ୍ର ଧୁବଲ, ଲେଖୁ ପ୍ରସାଦ ବଛା, ଲୋକନାଥ ମେହେର, ଜୟପ୍ରକାଶ ମେହେର, ଭୂଷଣ ଚନ୍ଦ୍ର ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ତୁଳସୀ ବାଗ, ସୁନୀଲ ହାତୀ, ସୁବର୍ଣ୍ଣ ସେନ୍ଦ୍ରୀଆ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.