csstore

ବଲାଙ୍ଗିର ଜିଲ୍ଲା ଷଡ ବଂଶୀୟ ଗଣ୍ଡ ସମାଜ ବୈଠକ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ନିକଟସ୍ଥ ଢୁଲୁସର ଶିବମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ଷଡ଼ ବଂଶୀୟ ଗଣ୍ଡ ସମାଜ ଜିଲ୍ଲା କମିଟି ପୁନର୍ଗଠନ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ନୂତନ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସେବାକର ମଲ୍ଲିକ, ସମ୍ପାଦକ ବ୍ରଜ ଭୋଇ, କୋଷାଧ୍ୟକ୍ଷ ଶ୍ରୀବତ୍ସ କୁମୁରା, ଜିଲ୍ଲା ଉପଦେଷ୍ଟା ଭାବେ ରାହାସ ବିହାରୀ ମଲ୍ଲିକ, ରାମ କୁମାର କୁମୁରା, ମକରଧ୍ୱଜ ଧରୁଆ, ବୀରବର ଧରୁଆ, ବ୍ରହ୍ମା ଭୋଇ, ଜଗନ୍ନାଥ ଧରୁଆଙ୍କୁ ମନୋନିତ କରାଯାଇଥିଲା । ସଭାରେ ବିଭିନ୍ନ ଜିଲ୍ଲାରୁ ଲକ୍ଷ୍ମୀ ନାରାୟଣ ସିଂ, ଶ୍ୟାମସୁନ୍ଦର ଭୋଇ, କୃପାସିନ୍ଧୁ ନାୟକ, ନିରଞ୍ଚନ କୁମୁରା, ଜଗନ୍ନାଥ ଭୋଇ, ପ୍ରସୁତ ଭୋଇ, ମହିପାଳ ନାୟକ, ଜନାର୍ଦ୍ଦନ ନାୟକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆମ ସଂସ୍କୃତି, ପରମ୍ପରା ତଥା ରୀତିନୀତି ଉପରେ ଆଲୋକପାତ କରିଥିଲେ । ଏଥିସହିତ ଆଗାମୀ ଦିନରେ ମହାସଭା ଗଠନ ପାଇଁ ସର୍କଲ ପଦାଧିକାରୀଙ୍କୁ ଲିଖିତ ଆକାରରେ ନିବେଦନ ପତ୍ର ଦିଆଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ମେ ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ସମାଜର ମହାସଭା ଆୟୋଜନ କରିବା ପାଇଁ ସମସ୍ତ ଜିଲ୍ଲାର ସଭାପତିଙ୍କ ସହମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବୃନ୍ଦାବନ ଧରୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.