ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସରକାର ଲୋକଙ୍କ ପାଇଁ ଯେତେ ଯୋଜନା କରୁଛନ୍ତି ତାହାବି ଚୋର ଛାଡ଼ୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଧିପଡ଼ା ସ୍କୁଲରେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନଳକୂପକୁ ଗତ କାଲି ରାତିରେ କେହି ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ତାଯୁବ୍ ହୋଇଯାଇଛନ୍ତି । ବେକାରୀ ସମସ୍ୟା ଏତେ ଜୋରରେ ବୃଦ୍ଧି ପାଇଛି ଯେ ଶେଷରେ ହାତ ଖର୍ଚ୍ଚ ପାଇଁ ନଳକୂପ ଚୋରୀ କରିବାକୁ ପଛାଉ ନାହାନ୍ତି । ଏନେଇ କୁସକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ କ୍ଷୋଭ ପ୍ରକାଶ କରିବା ସହ ଯଥା ଶୀଘ୍ର ସେହି ବ୍ୟକ୍ତିଙ୍କୁ ଗିରଫ କରିବା ସହ ନଳକୂପ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ଦାବି କରିଛନ୍ତି ।