ମାଧିଆପାଲି, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍ରୁ ବିଭିନ୍ନ ଘରୋଇ ସଂସ୍ଥା ଇଲେକ୍ଟ୍ରି ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ବେଳେ । ଗତ ଜାନୁୟାରୀ ମାସରେ ଟିପିଡବ୍ଲୁଓଡିଏଲ୍ ଅଧୀନରେ ଥିବା ସମସ୍ତ ଘରୋଇ କମ୍ପାନୀ ନିଜ ନିଜ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ । ହେଲେ ସୂର୍ୟା କନଷ୍ଟ୍ରକସନ୍ କମ୍ପାନୀ ସମସ୍ତଙ୍କୁ ପଛରେ ପକାଇ ଜାନୁୟାରୀ ମାସରେ ୧୦୦ରୁ ୯୫ ସ୍କୋରକାର୍ଡ଼ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହି ଖୁସିରେ ଆଜି ଆର୍ଇସି ସେକ୍ସନ୍ ପକ୍ଷରୁ ମାଧିଆପାଲି ଗ୍ରୀଡ୍ ଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଏସ୍ ଡି ଓ ସୁନୀଲ ସ୍ଵାଇଁ, ସେକ୍ସନ୍ ଅଫିସର୍ ସୂର୍ୟ୍ୟସ୍ନାଥ ରଥ, କମର୍ସ ଜେଇ ମନୋଜ ପାତ୍ର, ଇଏସଓବି ଆୟୁଷ ମେହେର, ରେଗୁଲାର ଲାଇନମ୍ୟାନ ପବିତ୍ର ଖୁଣ୍ଟିଆ, ଶିବପ୍ରସାଦ ମିସ୍ତ୍ରୀ, ସୁନୀଲ ବାରିକ, ରମେଶ କୁମାର ସାହୁ, ହରିହର ପଧାନ, କୃତିବାସ ପଧାନ, ସୁପରଭାଇଜର ଗୋପୀକାନ୍ତ ବେହେରା, ଦେବବ୍ରତ ନାଗ, ଦିବ୍ୟଜ୍ୟୋତି ନାଗ, କଲେକସନ ସୁପରଭାଇଜର ସୁନୀଲ ବେହେରା, ଲାଇନମ୍ୟାନ ପ୍ରିୟନାଥ ଦଣ୍ଡସେନା, ରୁତୁ ପଧାନ, ପ୍ରଶନ୍ନ ପଧାନ, ପ୍ରବୀଣ ପଧାନ, ଅଜିତ ସେଠ୍, ସୁଶାନ୍ତ ସାହୁ, ପ୍ରବୀର ସାହୁ, ସୁରୁ ସାହୁ, ରମାକାନ୍ତ ନାଏକ, ମାନୁ ପଧାନ, ଜ୍ୟୋତି ପଧାନ, ଦିଲିପ ପଧାନ, ବିଜୟ ସିଂହ, ବିଶ୍ଵାମିତ୍ର କର୍ମୀ ପ୍ରମୁଖ ଯୋଗଦେଇ କେକ୍ କାଟି ଖୁସି ମନାଇଥିଲେ ।