ସ୍କୁଟି ଉପରକୁ ମାଡ଼ିଗଲା କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖ ରାସ୍ତାକଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତର ଆଡ଼କୁ ମାଡ଼ି ଆସିଲା ଏକ କାର୍‌ । କାର ଚାଳକ ଭାରସାମ୍ୟ ହରାଇ ଏକ ସ୍କୁଟି ଉପରକୁ କାର୍ ଚଢ଼ାଇ ଦେଇଥିବା ଦେଖିବାକୁ ମିଳିଛି । ଗ୍ୟାରେଜରେ ରିପେୟାରିଙ୍ଗ ପାଇଁ ସ୍କୁଟିକୁ ଦୋକାନ ସମ୍ମୁଖରେ ରଖାଯାଇଥିଲା । ସନ୍ଧ୍ୟା ସମୟରେ ଗ୍ୟାରେଜ ଭିତରେ କାମ ଚାଲିଥିବାବେଳେ ହଠାତ୍‌ ଗର୍ଜନ କରି କାରଟି ଦୋକାନ ଆଡ଼କୁ ମାଡି ଆସିଥିଲା । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନ ମାଲିକ ଓ ଗ୍ୟାରେଜରେ କାମ କରୁଥିବା କାରିଗର ବୋଲି କୁହାଯାଉଥିବା ବେଳେ ମଟରସାଇକେଲ ସଜାଡିବା ପାଇଁ ଗ୍ୟାରେଜକୁ ଆସିଥିବା ଗ୍ରାହକମାନେ ଗ୍ୟାରେଜ ସମ୍ମୁଖରେ ନ ଥିବାରୁ କାହାରି କିଛି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.