ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସକାଳେ ବଲାଙ୍ଗିର ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗାଁ ଲୋକେ ଜୋରକୁ ଶୌଚ ହେବାପାଇଁ ଯିବାବେଳେ ନବଜାତ ଶିଶୁକନ୍ୟା ବ୍ରିଜ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୁଇଁନ୍ତଲା ପୋଲିସ ଓ ବଲାଙ୍ଗିର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଅବୈଧ ସନ୍ତାନ ହୋଇଥିବାରୁ ଏହି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି । ଅଗ୍ନିଶମ ବିଭାଗ ଉଦ୍ଧାର କରିବା ପରେ ଶିଶୁ କନ୍ୟାକୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିବା ଜଣାପଡିଛି । ତେବେ କିଏ ଏଭଳି କାଣ୍ଡ ଘଟାଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
Next Post