ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଲଛିପୁରଠାରେ ଥିବା ଲିଟିଲ୍ ଫ୍ଲାୱାର୍ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ପୀତବାସ ଦେବତା ଓ ଆସିଷ୍ଟାଣ୍ଟ ମ୍ୟାନେଜିଙ୍ଗ ଡାଇରେକ୍ଟର ଦୀପକ କୁମାର ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଲଛିପୁର ଭାରପ୍ରାପ୍ତ ଥାନା ଅଧିକାରୀ ଜଜାତି କେଶରୀ ସାହୁ, ମୁଖ୍ୟବକ୍ତା ଭାବରେ ବାସୁଦେବ ରଣା ଏବଂ ସମ୍ମାନିତ ଅତିଥି ଭାବରେ ଜ୍ୟୋତି ରଞ୍ଜନ ନୁଆଇଁ ଓ ମେଘନାଥ ସାହୁ ଯୋଗଦାନ କରିଥିଲେ । ବାର୍ଷିକ କ୍ରୀଡାର କୃତି ପ୍ରତିଯୋଗିତାକୁ ପୁରସ୍କୃତ କରାଯାଇଥିଲା ବେଳେ ପରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଡାକ୍ତର ଅଂଶୁମାନ ହୋତା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ଏବଂ ସୋନପୁର ରକ୍ତ ଭଣ୍ଡାରର ସୁଦାମ ବିଶ୍ୱାଳ, ଜଗତ ଦରୱାନ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ । ସ୍କୁଲର ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ଶିବିରରେ ଦଶ ଜଣ ମହିଳାଙ୍କ ସମେତ ୩୧ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା । ଏଥିରେ ସହଯୋଗ କରିଥିଲେ ସ୍କୁଲର ଯୁଗଳ କିଶୋର ଦେହେରୀ, ଭୁବନ ପୁଟେଲ, ସସ୍ମିତା ବଡ଼ମାଳି, ପାଞ୍ଚାଳୀ ଧରୁଆ, ଜ୍ୟୋତି ମହାକୁର ଅଙ୍କିତା ବିଶ୍ଵାଳ, ଝୁନା ମହାକୁର, ଯୁଗେଶ୍ୱରି ଥପା, ପୁଷ୍ପାଞ୍ଜଳି ଗୁରୁ, ପ୍ରକାଶ ମହାନନ୍ଦ, ସୁଶାନ୍ତ ତଣ୍ଡକାର, ପପୁନ ଦାଶ । ଏହି ରକ୍ତଦାନ ଶିବିର ପାଇଁ ଜିଲ୍ଲା ରକ୍ତଦାତାର ମନୋଜ ପଣ୍ଡା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post