- କଟକ ମଙ୍ଗଳା କ୍ଲବ୍ ଚାମ୍ପିୟନ୍
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଚାଲିଥିବା ୧୭ତମ ସର୍ବଭାରତୀୟ ରାମଧୂନ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ କଟକ ମଙ୍ଗଳା କ୍ଲବ୍ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ମଧ୍ୟରେ ହୋଇଥିଲା ବେଳେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ଟାଇବ୍ରେକର କରାଯାଇଥିଲା । ଏଥିରେ କଟକ ଦଳ ୪-୩ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି । ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ, ରାମଧୂନ କ୍ଲବ୍ ଉପଦେଷ୍ଟା ନନ୍ଦକିଶୋର ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ସଂଘ କାର୍ଯ୍ୟକାରିଣୀ ସଦସ୍ୟ ବି. ସତ୍ୟନାରାୟଣ ରାଓ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କଟକ ମଙ୍ଗଳା କ୍ଲବର ଫ୍ରାଞ୍ଚାଇଜ ଦିନେଶ ଦୟାଲ ଓ ଭୁବନେଶ୍ଵର ଜଗା ୟୁନାଇଟେଡ ଦଳର ଫ୍ରାଞ୍ଚାଇଜ୍ ଶୁଭାଶିଷ ରଥ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । କଟକ ମଙ୍ଗଳା କ୍ଲବର ରାକେଶ ସାହୁ ‘ମ୍ୟାନ୍ ଅଫ ଦ ମ୍ୟାଚ୍, ବେଷ୍ଟ ଗୋଲ କିପର ଭାବେ ରବି ଦଳପାତ୍ର, ମ୍ୟାନ ଅଫ ଦି ସିରିଜ ଭାବେ ଭୁବନେଶ୍ୱର ଜଗା ୟୁନାଇଟେଡର ଜୟନ୍ତ ହୋତା ଓ ଏମର୍ଜିଂ ଖେଳାଳି ଜିତୁ ମୁଦୁଲି କଟକଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଖେଳକୁ ସଞ୍ଜୀବ ସାହୁ ପରିଚାଳନା କରିଥିଲେ । ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ଵ ତୁଳାଇଥିଲେ । ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥି ସଭା ପରିଚାଳନା କରିଥିଲେ । ପ୍ରଭୁଦାସ କୁମ୍ଭାର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟି ପକ୍ଷରୁ ଜିଲ୍ଲାପାଳ ଓ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୟୁଟ୍ୟୁବର, ଅଫିସିଆଲ୍ ଶକ୍ତି ରଞ୍ଜନ, ରୋଶନ ସାହୁ, ବୁଦ୍ଧଦେବ ଶତପଥି, ଶକେଶ କର, ଗଣତନ୍ତ୍ର କୁମାର ଓ ଉଦ୍ଘୋଷକ ପ୍ରଭୁ ଦାସ କୁମ୍ଭାରଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରେଫରୀ ସଞ୍ଜୀବ କୁମାର ସାହୁ, ଦେବାଶିଷ ବାଗ, ଜିତୁ ପାତ୍ର, ସଂଜନ୍ କୁଦେଇ, ସୁଶାନ୍ତ ବାଘ, ଅଜୟ ପଧାନ, ଭୂକୁଲୁ ବକ୍ସି, ରୋଶନ ମେହେର, ଅଜୟ ପଧାନ, ଗୌରଙ୍ଗ ପାଣ୍ଡେ, ବିଦ୍ୟାଧର ମିଶ୍ର ତଥା ସମସ୍ତ ଦଳର ଫ୍ରାଞ୍ଚାଇଜ ମାନଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରିଥିଲେ । ଫାଇନାଲ ଖେଳର ଉପ ବିଜେତା ଦଳ ଜଗା ୟୁନାଇଟେଡ, ଭୁବନେଶ୍ୱରକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚମ୍ପିୟାନ ଟିମ୍ ମଙ୍ଗଳା କ୍ଲବ, କଟକକୁ ବିଜେତା ଟ୍ରଫି ସହ ନଗଦ ୫୦ ହଜାର ଟଙ୍କା ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଦର୍ଶକ ଲଟେରୀର ପ୍ରଥମ ବିଜେତା ଆୟୁଷ୍ମାନ ପଣ୍ଡା, ସୋନପୁର, ଦ୍ୱିତୀୟ ବିଜେତା ବଚିନ ନାଏକ ସୋନପୁର ଓ ତୃତୀୟ ବିଜେତା ଭାବେ ମୁଲି ପଧାନ, ଖଲିଆପାଲିଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରାୟ ୧୫ ହଜାରରୁ ଅଧିକ ଦର୍ଶକ ଆଜି ଖେଳକୁ ଉପଭୋଗ କରିଥିଲେ । ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ରାମଧୁନ କ୍ଲବ ସଦସ୍ୟ ବିକାଶ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେଷଦେବ ମେହେର, ଲଡୁକିଶୋର ମଲ୍ଲିକ, ସନ୍ତୋଷ ପାଢ଼ୀ, ସୁବାସ ବିଶ୍ୱାଳ, ବସିର୍ ମହମ୍ମଦ, ଅନିଲ ସାହୁ, ହୃଷୀକେଶ ପଣ୍ଡା, ରାଜକୁମାର ନାଏକ, ରାଜୀବ ସାହୁ, ବୁବୁନ ନାଏକ, ଶ୍ରୀତମ୍ ସାହୁ, ବିକାଶ ପାଢ଼ୀ, ପ୍ରୀତମ ସରାଫ, ଶ୍ରୀତମ ସରାପ, ଅମିତ୍ ସାହୁ, ମୁନୁ ମହମ୍ମଦ, ବିଶ୍ଵ, ଚାହଦ, ରିକୁନ ନାଏକ, ସିପୁନ ନାଏକ, ସୁରଜ୍ ସାହୁ, ଚନ୍ଦନ ସାହୁ, ବିଦ୍ୟାଧର ମିଶ୍ର, ଗୁରୁ ଦଳାଇ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।