ତୁଷୁରା, (କେପିଏନ୍ଏସ୍) : ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁଷୁରା, ରୁଷୁଡା ଓ କପସିଲା କ୍ଲଷ୍ଟରର ଚୟନିତ ଛାତ୍ରଛାତ୍ରୀଙ୍କ ପାଇଁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧିନରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଏବିଇଓ ବିପିନ ବାଗ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅପଥାଲମିକ୍ ଅଫିସର୍ ଅଂଶୁମାନ ଷଡ଼ଙ୍ଗୀ ଓ ଚିନ୍ମୟୀ ଭାରତୀ ସାହୁ, ଗୁଡଭେଲି ସିଏଚ୍ସିର ଡା. କମଲ୍ ଲୋଚନ, ଏ.ଏନ୍ଏମ୍ ଆରତୀ ପ୍ରଧାନ ଓ କମ୍ପାଉଣ୍ଡର ରୋହିତ କୁମାର ଷାଣ୍ଢ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ୧୧୦ଜଣ ଛାତ୍ରଛାତ୍ରୀଙ୍କଚକ୍ଷୁ ପରୀକ୍ଷା କରିଥିବା ବେଳେ ତନ୍ମଧ୍ୟରୁ ୩୬ ଜଣକୁ ଚଷମା ପ୍ରଦାନ କରାଯିବ ଓ ୭ ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ବିଇଓ ନମିତା ରାଣୀ ଭୋଇ ପର୍ଯ୍ୟବେକ୍ଷକ ଭାବେ ଆସି ତଦାରଖ କରି ସୁବିଧା ଅସୁବିଧା ବୁଝିଥିଲେ । କାର୍ଯ୍ୟକ୍ରମକୁ ବିଆର୍ଟି ଜୁଲ ଫିକର୍ ଖାନ୍ ଓ ଅଶୋକ ସାମଲ୍ ପରିଚାଳନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ବିନ୍ଦୁ ମାହାଣା ତଥା ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
Prev Post
Next Post