ତୁଷୁରା, (କେପିଏନ୍ଏସ୍) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ସଂସଦର ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ “ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଡ. ଦାଶ କହିଥିଲେ ମୂଲ୍ୟବୋଧ ଦେଉଛି ଆଧାର କିନ୍ତୂ ଆଧୁନିକତା ଦେଉଛି ଆଗାମୀ ଆକାଂକ୍ଷା ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପଟ୍ଟନାୟକ ଯୋଗ ଦେଇ ଜେନ୍-ଜି ପିଢି ଆଗାମୀ ଦିନରେ ସୁପରମ୍ୟାନ ହେବେ ବୋଲି ମତ ପ୍ରକାଶ କରିଥିଲେ । ଅତି ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ବାଗ୍ମୀ ତୁଳସୀ ଜୈନ ଯୋଗ ଦେଇ ସମାଜ ପାଇଁ ପୂର୍ବ ପିଢି ଓ ଉତ୍ତର ପିଢିର ସମାନ ଉପଯୋଗିତା ରହିଛି ବୋଲି ମନ୍ତବ୍ୟ ଦେଇଥିଲେ । ଡ. ସୁଧାଂଶୁ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଭୟ ପିଢି ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବରୁଣ ସାହୁ, ଶିକ୍ଷାବିତ୍ ସଞ୍ଜିବ ସାହୁ, ସୁଭାଷ ଚନ୍ଦ୍ର ମିଶ୍ର, ଶ୍ୟାମ ସୁନ୍ଦର ପ୍ରଧାନ ଓ ସୁଧାକର ପ୍ରଧାନ ଯୋଗ ଦେଇ ନିଜ ନିଜ ମତ ପୋଷଣ କରିଥିଲେ । ଅନ୍ୟତମ ଆଲୋଚକ ଭାବରେ ଦେବାଶିଷ ମହାପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ ଓ ପ୍ରତିଚୀ ପଟ୍ଟନାୟକ ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଭକ୍ତବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂକେତ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post