ବନ୍ଧୁକ ମୁନରେ ବର ପାଖରୁ ପ୍ରେମିକାକୁ ଉଠାଇ ନେଲା ପ୍ରେମିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ନବବଧୂକୁ ବାଟରେ ବନ୍ଧୁକ ଦେଖାଇ ବର ଠାରୁ ଛଡେଇ ନେଇ ଗଲେ ପ୍ରିମକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରଥପଡ଼ାର ସର୍ଜନ ପୁଟେଲଙ୍କ ଝିଅ ରଶ୍ମିକୁ ବଲାଙ୍ଗିର କାମାକ୍ଷାନଗରର ହରିବନ୍ଧୁ ପୁଟେଲ ବୈଦିକ ରୀତିରେ ବାହା ହୋଇ ଘରକୁ ଫେରୁଥିଲେ । ତରଭା ଥାନା ଅନ୍ତର୍ଗତ ବଡ଼ବନ୍ଧ ନିକଟରେ ଅଚାନକ ୩ ଜଣ ଯୁବକ ଆସି ଗାଡି ଅଟକାଇ ଥିଲେ । ଗାଡି ଅଟକିବା ପରେ ବନ୍ଧୁକ ଦେଖାଇ ନବବଧୂକୁ ଗାଡିରୁ ଓହ୍ଲାଇ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ । ଘଟଣା ପରେ ବରପିଲା ତରଭା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ବେଳେ ଏହି ଘଟଣାକୁ ନେଇ ତରଭା ପଲିସ ତନାଘନା ଜାରି ରଖିଥିବା ଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.