jsm

ଜୟପାଟଣା ନବରଙ୍ଗପୁର ସୀମାନ୍ତ ଅଞ୍ଚଳରୁ ୫୫ ଲିଟର ହାତରନ୍ଧା ମଦ ଜବତ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ହାତରନ୍ଧା ଅପମିଶ୍ରିତ ମଦର କାରବାର କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଗତ ଶୁକ୍ରବାର ଜୟପାଟଣା ଅବକାରୀ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୫ ଲିଟର ହାତରନ୍ଧା ମଦ ସେମାନଙ୍କ ଠାରୁ ଜବତ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତ ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲା ପାଡେଲ ଗୁଡ଼ା ଗ୍ରାମର ରାମ କୃଷ୍ଣ ବିଶୋଇ ଓ ନବୀନ ଚନ୍ଦ୍ର ବିଶୋଇ ଏକ ବାଇକ ନ. ଓ ଡି ୨୪ଏଫ୍ ୩୧୮୮ରେ ୫୫ ଲିଟର ହାତ ରନ୍ଧା ମଦ ନେଇ ଆସୁଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ସେମାନଙ୍କୁ କାବୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜୟପାଟଣା ବ୍ଲକ ସାଙ୍ଗରେ ନବରଙ୍ଗ ପୁର ସୀମାନ୍ତ ଲାଗି ରହିଥିବା ବେଳେ ଦାବ୍ରିଘାଟି, ଟିଙ୍ଗୋ ପଖାନ, ନଳା ଚୁଆଁ, ଭାଲୁ ଯୋର ଆଦି ଅଞ୍ଚଳ ଦେଇ ମଦ ମାଫିଆମାନେ ଅବାଧ ପ୍ରବେଶ କରୁଥିବା ବେଳେ ବିଭାଗ କେତେବେଳେ କେମିତି ଏମାନଙ୍କୁ ଧରିବାରେ ସକ୍ଷମ ହେଉଛି ବୋଲି ଆଲୋଚନା ହେଉଛି । ଉକ୍ତ ଚଢ଼ାଉରେ ଜୟପାଟଣା ଅବକାରୀ ଭାର ପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇଙ୍କ ସମେତ ଆରୁନାକ୍ଷ ଶବର, ବଳଭଦ୍ର ଶବର ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.