ପୂର୍ବତନ ବନପାଳ ବସନ୍ତ ଲୋହାରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଳି ଗ୍ରାମର ଅବସର ପ୍ରାପ୍ତ ବନପାଳ ବସନ୍ତ ଲୋହାରଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତି ୯ଟା ସମୟରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ବଡ଼ପୁଅ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ଲୋହାର ଓ କ୍ଷୀରସାଗର ଲୋହାର ସମାଧି ଦେଇଥିଲେ । ତାଙ୍କ ପଛରେ ସେ ତାଙ୍କର ସ୍ତ୍ରୀ ସେବତୀ ଲୋହାର ଝିଅ ରମିତା ଲୋହାର ନାତି ନାତୁଣୀ ହର୍ଷିତ, ପ୍ରିୟାଂଶୁ, ରିତେଶ, ରିତୁ ପୁତ୍ରବଧୂଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ବାସଭଵନରେ ପହଁଚି ଶେଷ ଦର୍ଶନ କରିଥିଲେ । ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.