ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅଧିନସ୍ଥ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ୧୫ ଲକ୍ଷ ଟଙ୍କାର ଆମ୍ବୁଲାନ୍ସ ପ୍ରଦାନ ହୋଇଛି । ଭାରତୀୟ ବିରଳ ଆଇ.ଆର୍.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଏହି ଆମ୍ବୁଲାନ୍ସ ପ୍ରଦାନ ହୋଇଥିବା ବେଳେ ଏହି ବାହନରେ ଗର୍ଭବତୀ ମହିଳା, ଶିଶୁ, ମହିଳା, ବରିଷ୍ଠ ନାଗରିକ, ଆଦି ସମସ୍ତ ବର୍ଗର ଲୋକଙ୍କ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯାନଟିଏ ନଥିବା ହେତୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବାରେ ବିପର୍ଯ୍ୟସ୍ତ ହୋଇଯାଇଥିଲା । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବାରେ ଏହି ଆମ୍ବୁଲାନ୍ସ ବିଶେଷ ଫଳପ୍ରଦ ହେବ ବୋଲି ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ଵାଧୀନ ରଥ ମତପୋଷଣ କରିଛନ୍ତି । ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପ୍ରାୟତଃ ଲକ୍ଷାଧିକ ଜନସାଧାରଣଙ୍କ ନିର୍ଭରଶୀଳ ଥିବା ଏହି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷେ ଆଶୁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଆଗକୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇ.ଆର୍.ଇ.ଏଲ.(ଇଣ୍ଡିଆ) ସାଧାରଣ ପରିଚାଳକ, ତଥା ଓସ୍କମ୍ ମୁଖ୍ୟ ସି.ଭି.ଆର୍. ମୂର୍ତ୍ତି କହିଛନ୍ତି । ଏହି ଆନୁଷ୍ଠାନିକ ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସି.ଏସ.ଆର. ଡିଜିଏମ, ପ୍ରୋଜେକ୍ଟ ଏବଂ ରିସର୍ଚ୍ଚ ତଥା ସି.ଏସ.ଆର୍. ମୁଖ୍ୟ ଶ୍ୟାମସୁନ୍ଦର ମଲ୍ଲିକ, ସି.ଏସ.ଆର୍. ବରିଷ୍ଠ ପରିଚାଳକ ଦୀପକ ମିଶ୍ର, ସାଧାରଣ ପରିଚାଳକ ଜି.କେ.ନାୟକ, ରବିଶଙ୍କର ଶବର, ଜଗଦାନନ୍ଦ ନାୟକ ପ୍ରମୁଖଙ୍କ ସମେତ ସି.ଏସ.ଆର୍. ଟିମ୍ ଉପସ୍ଥିତ ଥିଲେ ।
Next Post