csstore

ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୱକାଥନ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଓ ଇଣ୍ଡିଆନ ଅଏଲ୍‌ର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ପାଇଁ ତୈଳ ଇନ୍ଧନର ସଂରକ୍ଷଣ ଓ ପରିବେଶ ସଚେତନତା ସଚେତନତା କାର୍ଯ୍ୟକ୍ରମ ୱକାଥନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍ ଅଏଲ୍‌ର ବରିଷ୍ଠ କର୍ମକର୍ତ୍ତା ନବୀନ କୁମାର ବଞ୍ଜାରା ଓ ଭୁବନେଶ୍ୱରର ସୂର୍ଯ୍ୟ କୁମାର ସେଠୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଷଡ଼ଙ୍ଗୀ ଏହି ଏହି ୱକାଥନ୍‌କୁ ଉଦଘାଟନ କରିବା ସହ ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ବାଗ୍ମୀ ଗୋଦାବରୀଶ ଶତପଥୀ, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ତୈଳ ଇନ୍ଧନର ସଂରକ୍ଷଣ, ପରିବଶ ସୁରକ୍ଷା, ବୃକ୍ଷ ରୋପଣ, ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ୱକାଥନ କଲେଜରୁ ଆରମ୍ଭ ହୋଇ ଝିରପାଣି ସାରଣା ଛକ ପର୍ଯ୍ୟନ୍ତ ଯାଇ, ସେଠାରୁ କଲେଜ ପର୍ଯ୍ୟନ୍ତ ଫେରିଆସିଥିଲା । ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଶତପଥୀ ସମସ୍ତଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମିଙ୍ଗ ଅଫିସର ଡ. ସୁଶାନ୍ତ କୁମାର କିଶାନ ସଂଯୋଜକ ଦାୟିତ୍ଵ ତୁଲାଇଥିଲା ବେଳେ ବଣ୍ଟି ମହଲା, ପ୍ରଶାନ୍ତ ମହାପାତ୍ର, ଡ. ଲୁନା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡ. କିଶାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.