ମଧୁବାବୁ ମଣ୍ଡଳରେ ସମର୍ପଣ ଦିବସ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ସେକ୍ଟର,-୭ ସ୍ଥିତ ମୁଣ୍ଡାରୀ ବସ୍ତିରେ ବିଜେପି ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟ ତିଥିକୁ ସମର୍ପଣ ଦିବସ ରୂପେ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୀନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନୀ, ଆର୍ଥିକ ଅନାଟନ, ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କର କର୍ମମୟ ଜୀବନ ରାଷ୍ଟ୍ରୀୟ ସ୍ଵଂୟ ସଂଘରୁ ୧୯୩୭ ଆରମ୍ଭ କରି, ଭାରତୀୟ ଜନସଂଘର ସଭାପତି ପଦ ପର୍ଯ୍ୟନ୍ତ ଅଳଙ୍କୃତ କରିଥିଲେ । ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତ୍ୟୋଦୟର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦୀନଦୟାଲ । ଏକାତ୍ମ ମାନବବାଦ ଦର୍ଶନରେ ବ୍ୟକ୍ତି, ସମାଜ, ରାଷ୍ଟ୍ର, ସ୍ତୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ରୂପକଳ୍ପ ପ୍ରସ୍ତୁତ କରିଥିଲେ । ଏହା ରୂପକ ଜୀବନ ଦର୍ଶନ ସ୍ଥିରତା, ଶାନ୍ତି, ଓ ନିଶ୍ଚିତ ସଫଳତା ଆଣି ଦେଇଛି । ସେ ଦେଶର ଅର୍ଥାଗମ୍ ନିମନ୍ତେ କୃଷି, ଶିଳ୍ପ, ବାଣିଜ୍ୟ ଏବଂ ସେବା ଉପରେ ଗୁରୁତ୍ଵ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଜିଲ୍ଲା ସହ ସଂଯୋଜକ ଅମରେନ୍ଦ୍ର ଶର୍ମା, ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଆଦି ଦୀନଦୟାଲ ଜୀଙ୍କ ସ୍‌ସ୍ମ୍ମୃତି ଚାରଣ କରିବା ସହିତ ଦେଶ ପ୍ରତି ତାଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ । ଆଜି ଆମେ ତାଙ୍କର ପଦାଙ୍କ ଅନୁସରଣ କରିବା ସହିତ ଦେଶ ପାଇଁ ନିଜର ତନ୍ ମନ୍ ଧନ୍‌ ଦେଇ ସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ବାରିକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାସ ସାମଲ, ଉପ ସଭାପତି ସୁଶାର ଜେନା, କୋଷାଧକ୍ଷ ସନ୍ତୋଷ ରାଉତ, କାର୍ତ୍ତିକ ସାହୁ, ଅନୀଲ ତନ୍ତୀ, ସଂଯୁକ୍ତା ପାତ୍ର, ଗୌତମ ଡୁଙ୍ଗୁରି, ସରସ୍ଵତୀ ମହାନ୍ତ, ପ୍ରଭାସିନୀ ଡୁଙ୍ଗୁରୀ, ପ୍ରଶାନ୍ତ ଲେଙ୍କା, ଟିଙ୍କୁ ପ୍ରସାଦ, ଶୁଖେନ୍ଦୁ ଜେନା, ଗାଡୁ ବାଗ୍, ଅଜୟ ମଲ୍ଲିକ, ଅଶ୍ଵିନୀ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.