ମହାଶିବରାତ୍ରିରେ ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଶିବରାତ୍ରି ଉପଲକ୍ଷେ ଏକ କଦମ ଆପ କେ ସାଥ ଅନୁଷ୍ଠାନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମରେ ସେକ୍ଟର ତିନି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା କଲ୍ୟାଣୀ ଦାସ, ସଭାପତି ମୋହନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ମହତ କାର୍ଯ୍ୟରେ ଅହିରାବନ୍ଧ ମନ୍ଦିରର ଟ୍ରଷ୍ଟି ସୁଧୀର ସୁନ୍ଦର ରାୟଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା । ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ ସାମଲ, ଅଭିରାମ ପ୍ରଧାନ, ସସ୍ମିତା ପ୍ରଧାନ, ଲୀନା ବିଶ୍ୱାଳ, ଅରୁନ୍ଧତୀ ମହାନ୍ତି, ଦୁର୍ଯ୍ୟୋଧନ, ବଳଦେବ, ରାମଚନ୍ଦ୍ର ଜେନା, ଏନ ରଥାଲୁ, ଲକ୍ଷ୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଦିବାକର ଦାସ ସମସ୍ତ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ତଦାରଖ କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.