ଜୟପାଟଣା,(କେପିଏନଏସ): ଜୟପାଟଣା ଓ ଆଖପାଖ ଅଞ୍ଚଳର ଶିବମନ୍ଦିର ପବିତ୍ର ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଶୈବପୀଠ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ମଙ୍ଗଳପୁର ଶିବମନ୍ଦିରଠାରେ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ କସନା ଡଙ୍ଗର, ଘୁମରେଶ୍ୱର୍ ଶିବମନ୍ଦିରଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜୟପାଟଣା ଓମ କାରେଶ୍ୱର୍ ଶିବମନ୍ଦିର, ମୌଲେଶ୍ୱର୍ ଶିବମନ୍ଦିର,ଜୟପାଟଣା ଆଦି ପୀଠ ଚଳଚଞ୍ଚଳ ଥିବାବେଳେ ପରିଚାଳନା ପାଇଁ ଶତାଧିକ ସ୍ୱେଚ୍ଛାସେବୀ ମୁତୟନ ଥିଲେ । ଜୟପାଟଣା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଜୟପାଟଣା ଉପସେବା କେନ୍ଦ୍ର ପରିସରରେ ତ୍ରିମୂର୍ତ୍ତି ଶିବଜୟନ୍ତୀ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାଳିତ ହେଇ ଯାଇଛି । ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦୀସାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧ୍ଵଜ ଉତ୍ତୋଳନ କରିବା ସହିତ ଆତ୍ମସ୍ମୃତି ଦୀପ ଜଳାଇଥିଲେ । ଶ୍ରୀଯୁକ୍ତ ଦୀସାରି ସମବେତ ଜନସାଧାରଣଙ୍କୁ ସଂପୃକ୍ତ ସଂସ୍ଥାର ସମାଜ ସଂସ୍କାର ଓ ଧର୍ମୀୟ ଅଭିବୃଦ୍ଧି ପାଇଁ ନିରବଚ୍ଛିନ୍ନ ସାଧନାକୁ ପ୍ରଶଂସା କରିଥଲେ । କାର୍ୟ୍ୟକ୍ରମରେ ସମାଜସେବୀ ଶେଷଦେବ ବେହେରା, ସତ୍ୟ ନାରାୟଣ ଅଗ୍ରୱାଲ, ମହାବୀର ପ୍ରସାଦ ଅଗ୍ରୱାଲ, ଅଶ୍ରଫ୍ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ତ ବ୍ରହ୍ମାକୁମାରୀ ଭଉଣୀ ମାନେ ସହଯୋଗ କରିଥଲେ ।