ମେଘାସନୀ ମହୋତ୍ସବ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଓ ସ୍ୱଦେଶୀ ମେଳା ସାତଦିନ ଧରି ଆୟୋଜନ ହେବ । ସ୍ଥାନୀୟ ଉତ୍ପାଦ ଏବଂ ଶିଳ୍ପର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଆୟୋଜନ ହେଉଛି । ଏହାର ମୁଖ୍ୟ ବାର୍ତ୍ତା ହେଉଛି ଆମ ଦେଶ ‘ଆତ୍ମନିର୍ଭରଶୀଳ’ ହେବାସହ ‘ଭୋକାଲ୍ ଫର ଲୋକାଲ୍’ (ସ୍ଥାନୀୟ ପାଇଁ ସ୍ୱର) ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇପାରିବ ।
ମେଳାର ମୁଖ୍ୟ ଉଦ୍ଦେଶ୍ୟ : ଆମେ ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି ଆମର ଉତ୍ପାଦକ ଏବଂ କାରିଗରମାନଙ୍କୁ ଉପକୃତ କରିପାରିବା । ସ୍ଵଦେଶୀ ଦ୍ରବ୍ୟର ବ୍ୟବହାର ଆମ ଅର୍ଥନୀତିକୁ ସମୃଦ୍ଧ କରିପାରିବା ସହ ସ୍ଥାନୀୟ ବଜାର ଉପରେ ସମସ୍ତଙ୍କ ନିର୍ଭରଶୀଳତା ପୂରଣ ହୋଇପାରିବ । ଏହାଦ୍ୱାରା ସ୍ଥାନୀୟ ଶିଳ୍ପ ମାଧ୍ୟମରେ ଆମେ ଆମ ଚାହିଦା ପୂରଣ କରିପାରିବା । ଏହି ମେଳା ସ୍ଥାନୀୟ ଉତ୍ପାଦକ ଏବଂ କାରିଗରମାନଙ୍କ ପାଇଁ ଏକ ବଡ଼ ବଜାର ସୁଯୋଗ ସୃଷ୍ଟି କରୁଛି । ସୁଭଦ୍ରା ଶକ୍ତି ମେଳା : ସୁଭଦ୍ରା ଶକ୍ତି ମେଳାର ଏକମାତ୍ର ଲକ୍ଷ୍ୟ ହେଉଛି ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ସହରୀ ଗ୍ରାହକମାନଙ୍କ ସମ୍ମୁଖକୁ ଆଣିବା । ଏହି ମେଳା ଦ୍ୱାରା ମହିଳାମାନେ ନିଜର ଉତ୍ପାଦକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ । ଏଥିରେ ସୁଭଦ୍ରା ଶକ୍ତି ମେଳା ଷ୍ଟଲ ୧୫୦ ଟି ଏବଂ ସ୍ୱଦେଶୀ ମେଳା ଷ୍ଟଲ ୧୬୪ ଟି ସ୍ଥାନ ପାଇଛି । ଏହାସ଼ହ ବିଭିନ୍ନ ଥିମ୍ ଷ୍ଟଲ୍, କଳା ଏବଂ ଫଟୋ ଗ୍ୟାଲେରୀ, ଜନଜାତି ସଂଗ୍ରହାଳୟ ଆଦି ଏହି ମହୋତ୍ସବରେ ଆସିଛି । ଏହି ମେଳାରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ନିଜ ନିଜର ଷ୍ଟଲ୍ ଖୋଲି ଅଂଶଗ୍ରହଣ କରିଛନ୍ତି । ଆସନ୍ତୁ ସମସ୍ତେ ମିଶି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବା । ପ୍ରେସ୍ ବାର୍ତ୍ତାକାରୀ- ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା । ଉପସ୍ଥିତ – ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସୁଭଦ୍ରା ଶକ୍ତି) ନିରଞ୍ଜନ ପଣ୍ଡା ଓରମାସ୍ ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ ।

Leave A Reply

Your email address will not be published.