ବରଗଡ଼, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ ଦ୍ୱାରା ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭିଡି ପ୍ଲେସରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁଛନ୍ଦା ସାହୁ, ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେର, ତ୍ରିଲୋଚନ ଶତପଥୀ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ମୋହନ ସାହୁ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ କମଳ ସା । ଏହି ଶିବିରର ପ୍ରତିଯୋଗୀମାନେ ଯୁବକ ଯୁବତୀ ମିଶି ପ୍ରାୟ ୩୭ ଜଣ ଯୋଗଦାନ୍ କରିଥିଲା । ଏହି ଶିବିରର ମୂଲ ଉଦ୍ଦେଶ୍ୟ ଥିଲା ଭାଷା, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା, ଇତିହାସର ଜିଲ୍ଲା ଜିଲ୍ଲା ଭିତରେ ଆଦାନ ପ୍ରଦାନର କରିବା । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ଯୁବଗୋଷ୍ଠୀଙ୍କୁ ନିଶା ନିବାରଣ ପୂର୍ବକ ଏକ ସୁନ୍ଦର୍ ସମଜ୍ ଗଠନ ପାଇଁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଦକ୍ଷତାର ଉପଯୋଗ କରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ଗଞ୍ଜାମର ପ୍ରତିଯୋଗୀ ବନ୍ଦନା ସାହୁ, କୃଷ୍ଣ ଚନ୍ଦ୍ର ଗୌଡ଼ ତାଙ୍କର ଏହି ସୁଖଦ ଅନୁଭୂତିକୁ ପ୍ରକାଶ କରିଥିଲେ, ଏବଂ ଏହା ଏକ ଶିକ୍ଷଣୀୟ ଶିବିର ଥିଲେ ବୋଲି କହିଥିଲେ, ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଟୀଙ୍କୁ ଯଥେଷ୍ଟ ପ୍ରେରଣା ମିଳୁଛି ବୋଲି ପ୍ରକାଶ କରିଥିଲେ, ବୟନିକା ତରଫରୁ ହାତ ବୁଣା ରୁମାଲ୍ ସମସ୍ତକୁ ବଣ୍ଟନ କରିଥିଲେ, ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମେରା ଯୁବ ଭାରତର ସ୍ଵେଚ୍ଛାସେବୀ ଅନିଲ ସାହୁ, ଆଶିର୍ବାଦ ମହାପାତ୍ର, ର୍ଦୁର୍ଯ୍ୟାଧନ ପାଣ୍ଡେ ଓ ଛନ୍ଦାଚରଣ ଭୋଇ । ସଭା ଶେଷରେ ତ୍ରିଲୋଚନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।