ତୁଷୁରା, (ଖୁସିରାଣୀ ସାହୁ) : ତୁଷୁରା ବାଳକ ହାଇସ୍କୁଲ ପଡ଼ିଆରେ ଚାଲିଥିବା ପଞ୍ଚମ ତୋଷାଳୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦୁଲୁକିଛି ମଂଚ । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ ଓ ମୁଖ୍ୟବକ୍ତା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଏଭଳି ଲୋକ ମହୋତ୍ସବରେ ହଜି ଯାଉଥିବା ଲୋକକଳାକୁ ଉଜ୍ଜୀବିତ କରି ଲୋକଲୋଚନକୁ ଆଣିଥାଏ ବୋଲି କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବଉଳି କଳା ପରିଷଦ ବୌଦ୍ଧ, ସମ୍ବଲପୁରୀ କଳା ପରିଷଦ ଭାଲେର, ପବିତ୍ର କ୍ରିଏସନ୍ ଗଞ୍ଜାମ, ସଂଗୀତ ସମିତି ପଦ୍ମପୁର, ବେନାର କଳା ପରିଷଦ ହାତୀସରାର କଳାକାରମାନେ ନାଚଗୀତ ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ ଆଶିଷ କୁମ୍ଭାରଙ୍କ ଗୋଟିଏ ପରେ ଗୋଟିଏ ଗୀତ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।
Next Post