ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ତମ ଜନ୍ମ ମହା ମହୋତ୍ସବ ରବିବାର ସାରା ଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ପାଳିତ ହେଇଯାଇଛି । ଏହି ଅବସରରେ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ନହବତ, ଉଷାକୀର୍ତ୍ତନ, ଉଷା ବିନତି ନାମ ଜପ, ସଦଗ୍ରନ୍ଥ ପାଠ, ପ୍ରଣାମ ନିବେଦନ, ସ୍ୱସ୍ତି ପତାକା ଉତ୍ତୋଳନ, ମାତୃ ସମ୍ମିଳନୀ ଆୟୋଜନ ପରେ ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ରଥାରୂଢ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିକୃତି ସହ କେନ୍ଦ୍ର ନିକଟରୁ ବାହାରି ସମଗ୍ର ନଗର ପରିକ୍ରମା କରି ପୁଣି କେନ୍ଦ୍ର ପରିସରରେ ପହଞ୍ଚିବା ପରେ ସନ୍ଧ୍ୟା କାଳୀନ ବିନତି ପ୍ରାର୍ଥନା, ସଂଗୀତାଞ୍ଜଳି, ସତସଙ୍ଗ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ଦଶ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସ୍ଥାନୀୟ କେନ୍ଦ୍ରର ସୁରେଶ ଚନ୍ଦ୍ର ମହାନ୍ତି, ସି.ଏଚ. ଦିଲ୍ଲୀପ କୁମାର ପାତ୍ର, କୁଳମଣି ରଣା, ବିବେକାନନ୍ଦ ବେହେରା, ଗିରିଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଗୁରୁଭାଇ ଓ ମା ‘ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.