csstore

ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖର୍ଡାଠାରେ ସପ୍ତମ ମାସିକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବୋର୍ଡ ପରୀକ୍ଷା ଉପରେ ସ୍ଥାନୀୟ ସିଆରସିସି ଜଗମୋହନ ତ୍ରିପାଠୀ ସାଧନ କର୍ମୀ ଭାବେ ଯୋଗଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ଏବିଇଓ ବିପିନ ବାଗ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଆଗାମୀ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକ ଗୁଡିକ ପରିବର୍ତ୍ତନ ହୋଇ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ହେବ ବୋଲି କହିଥିଲେ । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ, ମୋହନ ଭୋଇ, ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର ତଥା ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ ଏବଂ ସହକାରୀ ଶିକ୍ଷକ ପୂରନ ମେହେର, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଲିଲି ରାଣୀ ଭୋଇ, ମିଲି ରାଣୀ ପୁରୋହିତ, ଆକାଂକ୍ଷା ରାଣୀ ଯୋଶୀ, ଲକ୍ଷ୍ମୀ ପ୍ରିୟା କର୍ମକାର ପ୍ରମୁଖ ଉକ୍ତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ତପସ୍ଵିନୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.