jayashree

କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୦ ତମ ବାର୍ଷିକ ଉତ୍ସବ

  • ଶିକ୍ଷାର ବିକାଶ ହେଲେ ଆମର ବିକାଶ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଶିକ୍ଷାର ବିକାଶ ହେଲେ ଆମେ ବିକଶିତ ହେବା । ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଯୋଜନା କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ବହୁ ଅର୍ଥ ଯୋଗାଇ ଦିଆଯାଉଛି । ଜଣେ ଛାତ୍ର କେବଳ ପାଠରେ ନୁହେଁ ପ୍ରତି କ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବା ସହ ପୂର୍ଣ୍ଣାଙ୍ଗ ଭାବେ ନିଜକୁ କିଭଳି ଭାବେ ପ୍ରତିପାଦନ କରିପାରିବେ ସେଥିପାଇଁ ରାଜ୍ୟ ସରକାର ଚେଷ୍ଟିତ ବୋଲି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏହି ମତ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଭାବେ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ, ସମ୍ମାନୀୟ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ଆଲୁମନି କମିଟିର ସଭାପତି ପୃଥିରାଜ ବାଗ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପରମେଶ୍ୱର ମହାନନ୍ଦ, ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ପୂର୍ବତନ ସମ୍ପାଦକ ଭୁରିଶ୍ରବା ବିଶି, ପୂର୍ବତନ ସଭାପତି ମଧୁସୂଦନ ସାହୁ, ପରିଚାଳନା କମିଟିର ସଦସ୍ୟ କୁଶଧ୍ୱଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାନବ ସମାଜ ପାଇଁ ଶିକ୍ଷା ଏକ ଜରୁରୀ । ଜୀବନରେ ଶିକ୍ଷା ଅନେକ ସହାୟକ ହୋଇଥାଏ । ଶିକ୍ଷା ସମାଜ ଗଠନର ମୂଳମନ୍ତ୍ର । ସମାଜକୁ ସଂସ୍କାରିତ କରିଥାଏ ଶିକ୍ଷା । ଶିକ୍ଷାକୁ ପ୍ରସାର କରିବା ସମସ୍ତଙ୍କର କର୍ତ୍ତବ୍ୟ ହେଉ । ସମାଜ ଗଠନ ପାଇଁ ସମସ୍ତେ ସମର୍ପିତ ହେବା ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ବରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ସାମ୍ବାଦିକ କ୍ଷେତ୍ରରେ ହୁଲେଶ୍ୱର ହଂସ, ସମାଜସେବା କ୍ଷେତ୍ରରେ ସମିତି ସଭ୍ୟ କେଦାର ଭୋଇ, କଣ୍ଠଶିଳ୍ପୀ କ୍ଷେତ୍ରରେ ଖଗେଶ୍ୱର ବାଗ, ସ୍ୱର୍ଗତ ଶିକ୍ଷକ କୀର୍ତ୍ତନ ବେହେରାଙ୍କ ପୁଅ କୁଶଧ୍ୱଜ ବେହେରା ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଶିକ୍ଷକ କିରଣ କୁମାର ପ୍ରଧାନ, ଯୋଗୀଚନ୍ଦ୍ର ବିଶି, କିରାଣୀ ବୃନ୍ଦାବନ ବେହେରା, କର୍ମଚାରୀ ନରଫଳ ହଂସ, ତୁଲାରାମ ଛତ୍ରୀଆ, ଗଣେଶ ବିଶି, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ଶୁଭାକର ନାଗ, ତରଣୀ ନାଗ, ସନ୍ତୋଷ ହଂସ, ପରମାନନ୍ଦ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦୀର୍ଘ ସମୟ ଧରି ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.