ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ପ୍ରାୟ ୧୯ଟି ସରକାରୀ ଓ ବେସରକାରୀ ପଲିଟେକନିକ୍କୁ ନେଇ ଚତୁର୍ଥ ଜୋନର ତ୍ରିଦିବସୀୟ ଆଞ୍ଚଳିକ ସ୍ତରୀୟ ପଲ୍ଲୀଫେଷ୍ଟ ୨୦୨୫-୨୬ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଠାରେ ଆୟୋଜିତ ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ ପ୍ରତିଷ୍ଠାନର ୮ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କ୍ରୀଡା ମଧ୍ୟରେ ଜାଭେଲିନ, ସଟଫୁଟ, ଡିସକସ୍, ୧୦୦, ୨୦୦, ୪୦୦ ମିଟର ଦୌଡ଼, ୪୍ଠ୧୦୦ ରିଲେ ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, କ୍ରିକେଟ, ଫୁଟବଲ, କବାଡି, ଖୋଖୋ, ବ୍ୟାଡମିଣ୍ଟନ, ଭଲିବଲ ଆଦି ପ୍ରତିଯୋଗିତା କରାଯାଇ ଏହି କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ୟୁଜିଆଇଇର ଅଧ୍ୟକ୍ଷ ଇଂ ଶରତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍ଆଇଟିର ପ୍ରଫେସର ସିଦ୍ଧାର୍ଥ ଜେନା ମୁଖ୍ୟଅତିଥି, ୟୁଜିଆଇଇର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଗତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରା, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ବଜାୟ ରଖିବାରେ ସହାୟକ ହୁଏ ବୋଲି ମତ ରଖିଥିଲେ । ଅଧ୍ୟକ୍ଷ ଇଂ ମୁଦୁଲି ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଡିଏଭି ପଲିଟେକନିକ୍ର ଅଧ୍ୟକ୍ଷା ଶୈଳଜା ଭୂୟାଁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା, ରେଙ୍ଗାଲି, ଦେବଗଡ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ବୌଦ୍ଦ, ସୁନ୍ଦରଗଡ ଓ ରାଉରକେଲାର ୟୁଜିଆଇଇ, ଏସକେଡିଏଭି, ସିଆଇଟିଇ, ଆଇଆଇପିଏମ, କେଏସଇଟି କଳାହାଣ୍ଡି, ବିଆଇଟି ସମ୍ବଲପୁର, ପିକେଏଆଇଇଟି ବରଗଡ଼ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପିକା ଅନିମା ଏକ୍କା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶିର କୁମାର ଦଳେଇ, ସୌମ୍ୟରଞ୍ଜନ ମିଶ୍ର, କାନନିକା ନାୟକ, ଦୀପକ ରଞ୍ଜନ ପଟ୍ଟନାୟକ, ସୁବାସିନୀ ଜେନା, ଯଯତେନ୍ଦୁ କେଶରୀ ଚାନ୍ଦ, ମୌସୁମୀ ସୁବୁଦ୍ଧି, ରଶ୍ମିତା ସେନାପତି, ଡିଏଭିର ସ୍ମରଣିକା ସୁନ୍ଦରରାୟ, ହିମାଂଶୁ ଭୁଷଣ ବେହେରା, ବନିତା ମହାରଣା, ମନ୍ମଥ ପୃଷ୍ଟି,ସୁଶୀଲା ବାର୍ଲା, ଦୁର୍ଯ୍ୟୋଧନ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍ୱତନ୍ତ୍ର ଅତିଥି ଶୈଳଜା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post