ତୁଷୁରା, (କେପିଏନ୍ଏସ୍) : ଆସନ୍ତା ୨୯ ଜାନୁଆରୀରୁ ୧ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଚମ ତୋଷାଳୀ ମହୋତ୍ସବ ତୁଷୁରା ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଫେବୃଆରୀ ୧ ତାରିଖ ରବିବାର ଦିନ ନିଷାନ ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀ, ତୁଷୁରା ଆନୁକୂଲ୍ୟରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହେବ । ଏଥିପାଇଁ ନିଷାନ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରରେ ପଶ୍ଚିମାଞ୍ଚଳର ସମସ୍ତ କବି କବୟିତ୍ରୀ ଯୋଗ ଦେବେ ବୋଲି ନିଷାନ ସଂପାଦକ ଡ. ହେମନ୍ତ କୁମାର ଦାଶ ଆମ ପ୍ରତିନିଧିଙ୍କୁ କହିଛନ୍ତି । ପ୍ରସ୍ତୁତି ବୈଠକରେ କବି ସନ୍ତୋଷ କୁମାର ବେହେରା, ବରୁଣ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନିଲେଶ କୁମାର ଭୋଇ, କବୟିତ୍ରୀ ଡ. କୁଞ୍ଜଲତା ପ୍ରଧାନ, ବବିତା ନାୟକ ଓ ତୃପ୍ତିମୟୀ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।