- ଭବ୍ୟ ସ୍ୱାଗତ କଲେ ସହର ବାସୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କୋଷାଗାରରୁ ମନ୍ଦିର ଅଭିମୁଖେ ବିଜେ କଲେ ଶ୍ରୀ ଗୋପାଳଜୀ ଚୋରୀ ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନାରୁ ସୋନପୁରକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୁ କୋଷାଗାରାରୁ ପୂର୍ବ ନିର୍ଦ୍ଧାରିତ ସମୟ ୧.୪୦ ବେଳେ ପୂଜାର୍ଚ୍ଚନା ସହ ଘଣ୍ଟ, ଶଙ୍ଖ, ସଙ୍କୀର୍ତ୍ତନ୍ୟ ଦଳ ସହ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ମନ୍ଦିରକୁ ବାହାରିଥିଲେ । ସେପଟେ ସଜାଇ ହୋଇରହିଛି ଶ୍ରୀ ଗୋପଲଜୀଙ୍କ ମନ୍ଦିର । ସହର ପରିକ୍ରମା ମନୋରମ ଦୃଶ୍ୟ ପ୍ରଭୁଙ୍କୁ ଦର୍ଶନ ଓ ପ୍ରଭୁ କୃପା ଲାଭ ପାଇଁ ମହାପ୍ରଭୁଙ୍କୁ ସହରର ପ୍ରତି ଛକରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ୱାରା ଆଳତି ସହ ପୂଜା ଅର୍ଚ୍ଚନା ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇ ଭବ୍ୟ ସ୍ଵାଗତ କରାଯାଇଛି । ପ୍ରଭୁଙ୍କ ଦର୍ଶନ ପାଇଁ ସହରରେ ପ୍ରବଳ ଭିଡ଼ ଲାଗି ରହିଥିଲା । ଶ୍ରୀ ଗୋପାଳଜୀ ମନ୍ଦିର କମିଟିର ମୁଖ୍ୟ ତଥା ପୁରୀ ମହନ୍ତ ବଂଶୀଧର ଦାଶ ମହାରାଜ, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା । ଏଡିଏମ୍ ରାଜେନ୍ଦ୍ର ମାଝୀ, ଅଞ୍ଜଳୀନା ପ୍ରଧାନଙ୍କ ସମେତ ଭୁବନେଶ୍ୱର ସିବିଆଇ କୋର୍ଟର ଓକିଲ ଉପସ୍ଥିତ ଥିଲେ । ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଏସଡିପିଓ ରେଣୁକା ସୁନା ଓ ଥାନା ଅଧିକାରୀ ଯାଦବ ବାଘଙ୍କ ତତ୍ତ୍ଵାବଧାନରେ ଓ ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଓ ମନ୍ଦିରର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଦେଖାଯାଇଥିଲା । ଜିଲ୍ଲା କୋଷାଗାରରୁ ମହାପ୍ରଭୁ ଶୋଭାଯାତ୍ରାରେ ବାହାରିବା ପରେ ପ୍ରଥମେ ଘୋଡ଼ାଘାଟପଡ଼ା କଇଁଥ ତଳ ଛକ ଠାରେ ଶହ ଶହ ମହିଳା ଭକ୍ତଙ୍କ ଦ୍ୱାରା ଆୟୋଜିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପୂଜା ଅର୍ଚ୍ଚନା, ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା ପରେ ମହାରଣା ପଡା ଛକ, ମଝିପଡ଼ା ରାମଜୀ ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, ବଡ଼ ବଗିଚା ଛକ, ନୂଆପଡ଼ା ଛକ, ଦୁର୍ଗା ମଣ୍ଡପ ଛକ, ରାଧାକୃଷ୍ଣ ମନ୍ଦିର ଛକ, ଗୁଣ୍ଡିଚା ମନ୍ଦିର, ତେନ୍ତୁଳି ଘାଟ ଛକ ଓ ଟିକ୍ରିପଡା ଛକ ଠାରେ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କୁ ପୂଜା ଅର୍ଚ୍ଚନା ଓ ଭୋଗ ଅର୍ପଣ କରି ସହରବାସୀ ଦର୍ଶନ ସହ ପ୍ରଭୁ କୃପା ଲାଭ କରିଥିଲେ । ଶ୍ରୀ ଗୋପାଳଜୀଙ୍କ ମନ୍ଦିର ନିକଟସ୍ଥ ଗଡ ଭିତର ଠାରେ ପହଞ୍ଚିବା ପରେ ପ୍ରତି ଘର ଆଗରେ ପ୍ରଭୁଙ୍କୁ ପୂଜା କରାଯାଇ ହରିବୋଲ, ହୁଳ ହୁଳି ସହ ସ୍ୱାଗତ କରି ମହାପ୍ରଭୁଙ୍କୁ ମନ୍ଦିର ବିଜେ କରାଇଥିଲେ । ମହାପ୍ରଭୁଙ୍କ ଏହି ଅପୂର୍ବ ଓ ଦୁର୍ଲଭ ବେଶ ଦୃଶ୍ୟକୁ ସହରବାସୀ ଦର୍ଶନ ଲାଭ କରି ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ସନ୍ଧ୍ୟା ଠାରୁ ଆସନ୍ତା ୧ ତାରିଖ ପ୍ରତିଷ୍ଠା ପର୍ଯ୍ୟନ୍ତ ପୁଣି ପ୍ରଭୁଙ୍କ ମନ୍ଦିରରେ ଭକ୍ତଙ୍କ ଖୁବ୍ ଭିଡ଼ ଲାଗି ରହିଥିବା ବେଳେ ଦୀର୍ଘ ବର୍ଷ ପରେ ସହରବାସୀ ପ୍ରଭୁଙ୍କୁ ଦର୍ଶନ କରି ପାଖରେ ପାଇ ଉତ୍ ଫୁଲ୍ଲିତ ହୋଇଉଠିଛନ୍ତି । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଦେବୋତ୍ତର କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନ୍ଦିର କମିଟି ସଦସ୍ୟ ରାମ ମହାପାତ୍ର, ସୀତାରାମ ମିଶ୍ର, ନୀଳକଣ୍ଠ ସାହୁ, ସୁର୍ଯ୍ୟ ପୁଝାରୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଦୀପକ ମହାପାତ୍ର, ଗୁରୁ ଦାସ ମିଶ୍ର, (ଲେକୁ), ଅଜିତ ପୁଝାରୀ, କାମ୍ପାଲ ବାଗ, ଦିବ୍ୟ ଶଙ୍କର ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରିତୀସ ମିଶ୍ର, ତ୍ରିଲୋଚନ ତରିଆ, ରାଜେଶ ସାହୁ , କୁନୁ ପଟ୍ଟନାୟକ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ସହରର ବିଭିନ୍ନ ସ୍ୱେଛାସେବୀ ସଂଗଠନ ସହଯୋଗ କରିଥିଲେ ।