pr

ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚିତ

dr. purohit

ବଲାଙ୍ଗିର/ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପୌରହିତ୍ୟରେ‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୈନିକ ଗୋଷ୍ଠୀ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଲେଖକ ପରିଷଦର ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି । ତତ୍ପରେ ଅତୀତର ମୂଳ କମିଟି ଠାରୁ ନୂତନ ନିର୍ବାଚିତ କମିଟିକୁ ଦାୟିତ୍ଵ ହସ୍ତାନ୍ତର ହୋଇଥିଲା । ଡ. ଜୟକୁମାର ଆଚାର୍ଯ୍ୟ ଓ ସୂର୍ଯ୍ୟକାନ୍ତ ବାଗ (କବି ସୁଶାନ୍ତ) ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ନିର୍ବାଚିତ ହୋଇଛନ୍ତି । ବିଶିଷ୍ଟ ଶିକ୍ଷାବିତ ସନାତନ ଠାକୁର କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ଉପସଭାପତି ଭାବରେ ସର୍ବଶ୍ରୀ ଭିକାରୀ ଚରଣ ମିଶ୍ର, ସନ୍ଦିପ କୁମାର କୁଅଁର ଓ ଆଶିଷ କୁମାର ଚନ୍ଦନ, କୋଷାଧ୍ୟକ୍ଷ ଭାବରେ ମଳୟାନନ୍ଦ ତ୍ରିପାଠୀ, ଯୁଗ୍ମ ସଂପାଦକ ଭାବରେ ସର୍ବଶ୍ରୀ ସୁଜିତ କୁମାର ଶତପଥି (ପରିଚାଳନା) ଓ ରାଜେଶ ଦଣ୍ଡସେନା(ସାଂଗଠନିକ) ନିର୍ବାଚିତ ହୋଇଛନ୍ତି । ଆହୁରି ମଧ୍ୟ ମଧୁସୂଦନ ଦାସ, ଦିଲୀପ ପଶାୟତ, ଡ. ନାରାୟଣ ମିଶ୍ର, ସୁଶ୍ରୀ ନିର୍ମାଲ୍ୟ ସ୍ୱାଇଁ, ଜ୍ୟୋତିପ୍ରକାଶ ଗଡ଼ତ୍ୟା, ବାସନ୍ତୀ ମଞ୍ଜରୀ ହନୁମାନ, ଅର୍ଜୁନ କୁମାର ସାହୁ, ଧରମସିଂ ଧରୁଆ, ପୁଷ୍ପାଞ୍ଜଳି ମେହେର, ତପସ୍ଵିନୀ ପଶାୟତ ଓ ଶାନ୍ତନୁ ବୁଧିଆଙ୍କ ରୂପରେ ୧୧ ଜଣ ସଦସ୍ୟ ପରିଚାଳନା କମିଟି ପାଇଁ ନିର୍ବାଚିତ ହୋଇଛନ୍ତି । କମିଟିର ଅନୁମୋଦନ କ୍ରମେ ସର୍ବଶ୍ରୀ ରସରାଜ ଅଚ୍ୟୁତ ପୁରୋହିତ, ବିରେନ୍ଦ୍ର କୁମାର ବନ୍‌ଛୋର, ସାଲେଗ୍ରାମ ହୋତା, ବିରଞ୍ଚି ନାରାୟଣ ଦାସ, ଡ. ଅର୍ଜୁନ ମୁଗ୍ରୀ, ନେପାଳ ଚନ୍ଦ୍ର ବାଗ, ରତ୍ନମୟ ତ୍ରିପାଠୀ ଆନନ୍ଦ ଚନ୍ଦ୍ର ସାହୁ, ରଘୁନାଥ ବାବୁ ରୂପରେ ନଅ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଓ ୧୪ ଟି ବ୍ଲକ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରତିନିଧି ଭାବରେ ଯଥାକ୍ରମେ ସଚ୍ଚିଦାନନ୍ଦ ପଧାନ, ଆଶୁତୋଷ ଠାକୁର, ଶ୍ରୀପାଳ ପଣ୍ଡା, ହେମନ୍ତ କୁମାର ଦାସ, ତରଣୀସେନ୍ ଦୀପ୍, ଜୟରାମ ସାହୁ, ବୃନ୍ଦାବନ କୁମ୍ଭାର, ରତିନ୍ଦ୍ର ରାୟ, ରାଜେଶ କୁମାର ପଟ୍ଟନାୟକ, ଜ୍ୟୋତି ରଂଜନ ମିଶ୍ର, ରଣଜିତ୍ ମିଶ୍ର ଆଦି ସଦସ୍ୟ ମନୋନୀତ ହୋଇଛନ୍ତି । ଏହାଛଡ଼ା ଉପଦେଷ୍ଟା ପରିଷଦରେ ଡଃ. ଶ୍ରୀକର ମିଶ୍ର ଓ ସନାତନ ଠାକୁରଙ୍କ ନେତୃତ୍ୱରେ ଏକ ନଅ ଜଣିଆ କମିଟିକୁ ପରିଷଦ ଚୟନ କରିଛି ।

nrusinghnath
Leave A Reply

Your email address will not be published.