jsm

୩ଟି ହରିଣ ଶିଙ୍ଗ ସହ ଗୋଟିଏ କଇଁଛ ଖପୁରି ଜବତ

csstore
  • ୱାଣ୍ଟେଡ ଲିଷ୍ଟ୍‌ରେ ବାଘମାରୁ ପ୍ରହ୍ଲାଦ ନାଏକ ସହ ଯୋଗେନ୍ଦ୍ର ନାଏକ ଫେରାର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର ସାଗବାରି ଗାଁରେ ବନବିଭାଗର ଏକ ଟିମ ସହ ରାୟଗଡା ଏସିଏଫ୍‌ ସନ୍ଦୀପ ପୃଷ୍ଟି, ରେଞ୍ଜର ସୁଚିତାନନ୍ଦ ପରିଡା, ଫରେଷ୍ଟର ଦୀନବନ୍ଧୁ ଶବର ସକାଳ ୬ଟା ସମୟରେ ସାଗବାରି ଗାଁର ପ୍ରହ୍ଲାଦ ନାୟକଙ୍କ ଘରେ ଚଢ଼ାଉ କରି ତିନୋଟି ହରିଣ ଶିଙ୍ଗ ସହ ଗୋଟିଏ କଇଁଛ ଖପୁରି ଜବତ କରିଛି । ତିନୋଟି ହରିଣ ଶିଙ୍ଗର ଓଜନ ପ୍ରାୟ ୨ କେଜିରୁ ଅଧିକ ହେବ ବୋଲି ଜଣାପଡୁଛି । ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଅଭିଯୁକ୍ତର ମୋବାଇଲ୍ ଫୋନ ଜବତ ହୋଇଛି । ରେଞ୍ଜର ସୁଚିତାନନ୍ଦ ପରିଡାଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ପ୍ରଲ୍ଲାଦ ନାଏକ, ଯୋଗେନ୍ଦ୍ର ନାଏକ କିଛି ଦିନ ତଳେ ବାଘଛାଲ କେଶରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ହୋଇଥିବା ବେଳେ ଅଭିଯୁକ୍ତ ପ୍ରହ୍ଲାଦର ମୋବାଇଲ ଫୋନ୍ ନମ୍ବରକୁ କଲ୍ କଲେ ବାଘମାରୁ ନାମରେ ଟ୍ରୁ କଲର୍‌ରେ ଆସୁଥିବା ଜଣାପଡିଛି । ଏହି ଅଞ୍ଚଳରେ ପ୍ରହ୍ଲାଦ ଜଣେ ସେକେଣ୍ଡ ବିରାପାନ୍ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ ବୋଲି ବନ ବିଭାଗ ଅଧିକାରୀ ପରିଡ଼ା କହିଛନ୍ତି । ବର୍ତ୍ତମାନ ବାଘମାରୁ ଅଭିଯୁକ୍ତ ପ୍ରଲ୍ଲାଦ ନାଏକ ସହ ଯୋଗେନ୍ଦ୍ର ନାଏକ ଦୁଇ ଜଣ ଫେରାର ଥିବା ବେଳେ ବନ ବିଭାଗ ଟିମ୍ ଧରିବା ପାଇଁ ନାକେଦମ୍ ହେଉଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.