jsm

ଦେଓଗାଁରେ ମୁକ୍ତ ବିଦ୍ୟାଳୟରେ ଡ୍ରପ ଆଉଟ୍ ପିଲାଙ୍କ ପ୍ରବେଶ ଶିବିର

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂଗଠନ ଓ ଜାତୀୟ ମୁକ୍ତ ବିଦ୍ୟାଳୟ ସଙ୍ଗଠନରେ ନାମଲେଖା ପାଇଁ ଏକ ପ୍ରବେଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଦେଓଗାଁ ବ୍ଲକ ଅଞ୍ଚଳରେ ୧୦ମ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ ପାଠପଢା ଛାଡିଥିବା ଓ ଦଶମ ଶ୍ରେଣୀ ପାସ କରି ପାଠ ଛାଡିଥିବା ଛାତ୍ରଛାତ୍ରୀ ଯୋଗଦେଇ ନାମ ଲେଖାଇଥିଲେ । ଏହି ଶିବିରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ତଥା ମୁକ୍ତ ସଂଯୋଜକ ଅମ୍ବରୀଶ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ କବିରାଜ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ମୀନା କୁମାରୀ ସା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ବସନ୍ତ ଅଗ୍ରୱାଲ ଯୋଗ ଦେଇଥିଲେ । ଏହି ଶିବିରରେ ଲୋକନାଥ ମେହେର, ମୁକ୍ତ ବିଦ୍ୟାଳୟ ସହ ସଂଯୋଜକ ଦେବାଶିଷ ବିଶ୍ଵାଳ, ବଳଦେବ ମାଝୀ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ପାଇଁ ସହଯୋଗ କରିଥିଲେ । ଏହାସହ ସମସ୍ତ କ୍ଲାଷ୍ଟର ସଂଯୋଜକ, ଅଭିଭାବକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବ୍ରାହ୍ମଣୀଜୋର୍ କ୍ଲଷ୍ଟର ସିଆରସିସି ମଣ୍ଟୁ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.