ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ଠାରେ ବିକାଶ ସ୍କୁଲ ଶାସନ ପକ୍ଷରୁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟା ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଓଡ଼ିଶା ମୁଖ୍ୟ ପ୍ରଶାସନିକ ଅଧିକାରୀ ସଞ୍ଜୀବ କୁମାର ବାବୁ, ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଦିବ୍ୟ ସିଂ ମହନ୍ତ, ଆଇଟି ପ୍ରଧ୍ୟାପକ ମନୋରଞ୍ଜନ ମିଶ୍ର, ଇଂରାଜୀ ପ୍ରଧ୍ୟାପକ ବିଶ୍ୱଜିତ୍ ଗାଙ୍ଗୁଲି ଯୋଗ ଦେଇଥିଲେ । ଏହି ଅବସରରେ ଶୃଂଖଳା ଅନୁଶାସନ ସହ ସ୍ଵବୁଦ୍ଧିମତାରେ ବିବେକ ଦ୍ଵାରା ପରିଚାଳିତ କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବା ଏବଂ କୌଣସି ବିଷୟ ବା ପାଠ୍ୟକ୍ରମ ଛୋଟ ବା ବଡ଼ ନୁହେଁ ଛାତ୍ରଛାତ୍ରୀ ହିଁ ନିଜେ ପାଠ୍ୟକ୍ରମର ଉତ୍ତୋରତର ଉନ୍ନତି ନିର୍ଦ୍ଧାରଣ କରିଥାଏ ଓ ଦଣ୍ଡ ମୁକ୍ତ ଓ ଅନୁଶାସନ ଶୃଂଖଳା ସହିତ ସ୍କୁଲ ଏବଂ ଘରର ମାଆ ବାପା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢନ୍ତି ବୋଲି ଆଜି ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ବାବୁ ଓ ସମସ୍ତ ଅତିଥି ପରାମର୍ଶ କରିଥିଲେ । ଶେଷରେ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ ଶ୍ରୀ ବାବୁ ଏବଂ କୋଡିଏ ଜଣ ସାମ୍ୱାଦିକଙ୍କୁ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିକାଶ ମେଧାବୀ ପରୀକ୍ଷା କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ମୋମେଣ୍ଟୋ ସହ ପୁରସ୍କୃତ କରିଥିଲେ । ସାହାରା ଟ୍ରଷ୍ଟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ଅଧ୍ୟକ୍ଷ ଦିଲ୍ଲିପ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଶିକ୍ଷକଙ୍କୁ ଗୁରୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Next Post