କୋଶଲି ଫିଲ୍ମ ନୋ ଗିଲ୍‌ଟ ନୋ ସରି ପ୍ରଦର୍ଶିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାଟ୍ୟକ୍ରାନ୍ତିର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ସଂଜୟ ଶେଖର ଭୋଇଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ମଂଚ ସମର୍ପଣ କରାଯାଇଥିଲା । ଉତ୍ସବରେ ସଭାପତି ରାଜେନ୍ଦ୍ର କୁମାର ଶର୍ମା, ସଂପାଦକ ସୁରେନ୍ଦ୍ର କୁମାର ତ୍ରିପାଠୀ, ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୋଗେଶ୍ୱର ସାହୁ ଓ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ମଂଚାସିନ ଥିଲେ । ଏ ଅବସରରେ କୋଶଲି ଚଳଚ୍ଚିତ୍ର ନୋ ଗିଲ୍‌ଟ ନୋ ସରି ପ୍ରଦର୍ଶିତ ହୋଇଥିଲା । କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିଲେ ଅବଦୁଲ ଜମାଲ ଖାନ । ଅଭିନୟରେ ଆକ୍ରମ ଦୁରାନି, ବନ୍ଦନା, ସଂଗୀତା ଦାଶ, ତରୁଣ ମିଶ୍ର, ସୁରେନ୍ଦ୍ର ତ୍ରିପାଠୀ, ଧିରେନ୍ଦ୍ର ସିଂଦେଓ, ନିଳାଞ୍ଚଳ ଚିରଗୁନ, ବିମଲ ଚକ୍ରବର୍ତ୍ତି, ଗୁରୁଦାଶ ସିଂ, ଶରତ ହୋତା, ସତ୍ୟ ସିଂଦେଓ, ସୌରଭ ଶତପଥି ପ୍ରମୁଖ ଥିଲେ । ସହ-ନିର୍ଦ୍ଦେଶନାରେ ଅଜିତ ପ୍ରଧାନ, ଚିତ୍ର ଉତ୍ତୋଳନ ଓ ସଂପାଦନାରେ ରାମ ସାହୁ ଏବଂ ସଂଗୀତରେ କ୍ରିଷ୍ଣା ସାହୁ ଥିଲେ । ପରେ ପରେ ଏକ ହିନ୍ଦି ନାଟକ ଜମାଲ ଖାନଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ “ଟୁଟା ହୁଆ ସିତାରା” ପ୍ରଦର୍ଶିତ ହୋଇଥିଲା । ଏଥିରେ ଜମାଲ ଖାନ ଓ ସଂଗୀତା ଦାଶ ଅଭିନୟ କରିଥିଲେ । ଏଥିରେ ବହୁ ନାଟ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କୋଶଲି ଚଳଚ୍ଚିତ୍ର ଓ ହିନ୍ଦି ନାଟକକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.