jsm

ଫ୍ରେଣ୍ଡସ କ୍ଲବ ତରଫରୁ ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ଆୟୋଜିତ ହେବାକୁ ଯାଉଛି । ଆଜି ଏହି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ହୋଇଥିଲା । ଦିନ ଦିନକୁ ଫୁଟବଲ ପ୍ରତି ଲୋକଙ୍କ ଆଗ୍ରହ କମିବା, ଯୁବପିଢ଼ିଙ୍କ ମନରେ ଖେଳର ମାନ ବଢାଇବା ତଥା ସହର ମଧ୍ୟରେ ଥିବା ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆର ଉନ୍ନତି କରିବା ତଥା କ୍ରୀଡାରେ ଶାରୀରିକ, ମାନସିକ ସ୍ଥିତି ସଜାଗ ରୁହେ ସେହି ଲକ୍ଷ ନେଇ ଫ୍ରେଣ୍ଡସ କ୍ଲବ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ସଭାପତି ଲୋଟସ ଷଡ଼ଙ୍ଗୀ କହିଥିଲେ । ତା’ ସହ ଫ୍ରେଣ୍ଡସ କ୍ଲବ ସହ ବଲାଙ୍ଗିରର ଯୁବପିଢ଼ି, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ଅନୁଷ୍ଠାନ, କ୍ରୀଡାପ୍ରେମୀ ସମ୍ପୃକ୍ତ ଥିବା କହିଥିଲେ । ଏହି ସପ୍ତାହେ ବ୍ୟାପି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର, ବରଗଡ଼, ଭବାନୀପାଟଣା, ମୟୁରଭଞ୍ଜ, ଭଞ୍ଜନଗର, ରାଉଲକେଲା, ଝାରସୁଗୁଡା, ଢେଙ୍କାନାଳ ଭଳି ପ୍ରସିଦ୍ଧି ଲାଭ କରିଥିବା ଫୁଟବଲ ଟିମ ଅଂଶଗ୍ରହଣ କରୁଥୁବା ବେଳେ କୋଡିଏ ବର୍ଷ ଆଗରୁ ବଲାଙ୍ଗିରର ବହୁ ଖେଳାଳି ଆନ୍ତର୍ଜାତିକ ତଥା ରାଜ୍ୟସ୍ତରୀୟରେ ସୁନାମ ଆଣିଥିଲେ, ତାହା ଏବେ କମିବାରେ ଲାଗିଛି । ପୁଣି ଥରେ ଏଠାକାର ଖେଳାଳିଙ୍କୁ ଶିଖରରେ ପହଂଚାଇବା ତଥା ଖେଳର ମାନ ରଖିବା ପାଇଁ ଏହି ଫୁଟବଲ ମହାକୁମ୍ଭର ଆୟୋଜନ ବୋଲି ସମ୍ପାଦକ ଜଗନ୍ନାଥ ମିଶ୍ର କହିଥିଲେ । ତା’ସହ ବଲାଙ୍ଗିର ଜିଲ୍ଲାର କ୍ରୀଡା କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ନୂଆ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଫ୍ରେଣ୍ଡସ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧକ୍ଷ ରଂଜିତ ବେହେରା, ସଂଯୋଜକ ମନୋଜ ମିଶ୍ର, ମଧୁ ବନଛୋର, ପ୍ରଭାକର ମିଶ୍ର, ଆକାଶ ମିଶ୍ର, ଶରତ ନନ୍ଦ,ସୁନୀଲ ବିଶ୍ୱାଳ, ପବିତ୍ର ଖୁଣ୍ଟିଆ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ମନୋଜ ଦୀପ, ସଂଜୀବ ସାହୁ, ବଦ୍ରି ମିଶ୍ର, କିଶୋର ଦଣ୍ଡସେନା, ନିଶାରକାନ୍ତ ନାଗ, କୈଳାଶ ମିଶ୍ର, ପୃଥ୍ୱୀରାଜ ବରାଡ଼, ଟିକୁ ପରିଛା, ରାମ ନାଏକ, ବିଦ୍ୟା ସାହୁ, ପ୍ରଦୀପ ସାହୁ, ରମା ମିଶ୍ର, ପିଣ୍ଟୁ ପୁରୋହିତ, ଦେବେନ ପାତ୍ର, ଲିଜୁ ସାହୁ, ଶଙ୍କର ନାଗ, ପ୍ରଦୀପ ସିଂ, କୁନା ମନହୀରା, ମୁନା ପାଲ, କମ୍ବୁ ତ୍ରିପାଠୀ, ଲକ୍ଷ୍ମୀ ସ୍ୱାଇଁ, ପୁଣ୍ୟ ତ୍ରିପାଠୀ, ନିତ୍ୟା ପଧାନ, ସୋନୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜଗନ୍ନାଥ ମିଶ୍ର ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.