ବିଶିଷ୍ଟ ନାଟ୍ୟ କଳାକାର ଗୌନ୍ତିଆ ବଳରାମ ରାଉତଙ୍କ ଗଙ୍ଗାଶ୍ରାଦ୍ଧ ପାଳିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିଆଡୁମେର ଗାଁର ବିଶିଷ୍ଟ ନାଟ୍ୟ କଳାକାର ତଥା ଗାଁର ଗୌନ୍ତିଆ ବଳରାମ ରାଉତଙ୍କର ଗଙ୍ଗାଶ୍ରାଦ୍ଧ କାର୍ଯ୍ୟ ହୋଇଯାଇଛି । ସେ ଜଣେ ସୁନାମଧନ୍ୟ ନାଟ୍ୟ କଳାକାର ଭାବେ ଅଂଚଳରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁ ପରେ ତାଙ୍କ ପୁଅ ସିମାଞ୍ଚଳ ରାଉତ ପୁତ୍ରବଧୂ ଶ୍ରୀମତୀ ସସ୍ମିତା ରାଉତ ଅନ୍ୟମାନଙ୍କ ମଧ୍ୟରେ ବୁଲୁ ରାଉତ, ସୁମି ରାଉତ ଗଙ୍ଗାକୁ ଯାଇ ଅସ୍ଥି ବିସର୍ଜନ କରିଥିଲେ । ସେମାନେ ପାଂଚ ଦିନ ରହି ଫେରିବା ପରେ ଆଜି ଗାଁରେ ଫୁଲଚନ୍ଦନ ସହ ନାମ ସଂକୀର୍ତ୍ତନ୍ୟ, ବାଦ୍ୟ ବଜାଇ ସେମାନଙ୍କୁ ସ୍ୱାଗତ କରିଥିଲେ । ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଶ୍ରୀ ରାଉତଙ୍କର ସ୍ମୃତି ଚାରଣ କରିବା ସହ ବନ୍ଧୁ ପରିଜନ ତଥା ଗ୍ରାମର ଲୋକଙ୍କୁ ଗଙ୍ଗାଭୋଜି ଦେଇ ଆପ୍ୟାୟିତ କରିଥିଲେ ।

Leave A Reply

Your email address will not be published.