ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଡୁଡୁକା ସ୍ଥିତ ଉଦ୍ୟାନ କୃଷି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଡେପୁଟି ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ଡୁଡୁକା ସରପଞ୍ଚ ଅଶୋକ ପଟେଲ, ଜିଲ୍ଲା ପରିଷଦ ଜୋନ -୨ର ଶ୍ରୀମତୀ ବୀଣାପାଣି ଦାଶ, ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ନିରୁପମା ପଧାନ, ଏମ୍‌. ପି ପ୍ରତିନିଧି ଉମେଶ ପଟେଲ, ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା, ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ଏଭିଏସ୍‌ ଶୁଭବ୍ରତ ଦାଶ ଓ ସିଡିପିଓ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଅତିଥି ଭାବେ ମଞ୍‌ଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ଆରମ୍ଭ ଅତିଥି ମାନଙ୍କ ସାମୁହିକ ଦୀପ ପ୍ରଜ୍ୱଳନ ଦ୍ୱାରା କରାଯାଇଥିଲା । କର୍ମଶାଳାରେ ଉଦ୍ୟାନ କୃଷି କାର୍ଯ୍ୟକ୍ରମର ବିଭିନ୍ନ ଯୋଜନା ଉପରେ ଚାଷୀ ସଚେତନ ଓ ଯୋଗାଯୋଗ ହୋଇପାରିଲେ ସରକାରଙ୍କ ଯୋଜନା ଫଳପ୍ରଦ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ । ଡେପୁଟି ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ଉଦ୍ୟାନ କୃଷି ଯୋଜନା ଯଥା-: ଗେଣ୍ଡୁ ଫୁଲ, ଛତୁଚାଷ, ଆଳୁ, ପିଆଜ ଓ ଫଳ ଚାଷ ଉପରେ ଥିବା ବ୍ୟବସ୍ଥାକୁ କର୍ମଶାଳାରେ ବିଷଦ ଭାବେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ଗାଁର ଚାଷୀ, ସ୍ୱୟଂ ସହାୟକ ଦଳ, କୃଷକ ସାଥି ଉପସ୍ଥିତ ଥିଲେ ଓ ଗ୍ରୁପ ମଧ୍ୟରେ ପ୍ରସ୍ତୁତ କରିଥିବା ଛତୁର ଆଚାର ଓ ଛତୁ ଗୁଣ୍ଡ ପ୍ୟାକେଟ ପ୍ରଦର୍ଶନ କରିଥିଲେ । ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରାବଣୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନରେନ୍ଦ୍ର କୁମାର ପଧାନ, ରାଜେଶ ପଧାନ ପରିଚାଳନା ସହଯୋଗ କରିଥିଲେ ।

Leave A Reply

Your email address will not be published.