ମ୍ୟାଟ୍ରିକ ବ୍ୟାଚ ୨୦୧୪-୧୫ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲ ଠାରେ ମ୍ୟାଟ୍ରିକ ବ୍ୟାଚ ୨୦୧୪-୧୫ର ବନ୍ଧୁ ମିଳନ ହୋଇଯାଇଛି । ଉକ୍ତ ବନ୍ଧୁ ମିଳନରେ ସମସ୍ତ ଶିକ୍ଷକ ଅନ୍ୟ କର୍ମଚାରି ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ଶିକ୍ଷକ ମାନଙ୍କର ଗୁରୁ ପୂଜନ କରି ସଭାକୁ ଆମନ୍ତ୍ରଣ କରାଯାଇଥିଲା । ସଭାରେ ମୁଖ୍ୟ ଅଥିତି ଭାବେ ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସହ ସମସ୍ତ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଲକ୍ଷ୍ମଣ ପାତ୍ର ଉପସ୍ଥିତ ଥିଲେ । ସଭାକୁ ବନ୍ଧୁ ମିଳନର ଆୟୋଜକ ଉତ୍ତମ ଖମାରୀ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.