ରୁଷ ରାଷ୍ଟ୍ରପତିଙ୍କ ଆବାସ ଉପରେ ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତିଙ୍କ ଆବାସକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ଜାରି ରହିଥିବା କୂଟନୈତିକ ପ୍ରୟାସ ଶତ୍ରୁତା ସମାପ୍ତ କରିବା ଏବଂ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଲାଗି ସବୁଠୁ ଉପଯୋଗୀ ମାର୍ଗ । ସେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏହି ପ୍ରୟାସ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ସେଗୁଡ଼ିକୁ ଦୁର୍ବଳ କରୁଥିବା ଯେକୌଣସି କାର୍ଯ୍ୟ ଠାରୁ ବିରତ ରହିବା ଲାଗି ଅନୁରୋଧ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି :
‘‘ରୁଷ ରାଷ୍ଟ୍ରପତିଙ୍କ ଆବାସକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଖବରକୁ ନେଇ ଚିନ୍ତିତ। ବର୍ତ୍ତମାନ ଜାରି ରହିଥିବା କୂଟନୈତିକ ପ୍ରୟାସ ଶତ୍ରୁତା ସମାପ୍ତ କରିବା ଏବଂ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଲାଗି ସବୁଠୁ ଉପଯୋଗୀ ମାର୍ଗ । ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏହି ପ୍ରୟାସ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ସେଗୁଡ଼ିକୁ ଦୁର୍ବଳ କରୁଥିବା ଯେକୌଣସି କାର୍ଯ୍ୟ ଠାରୁ ବିରତ ରହିବା ଲାଗି ଆମର ଅନୁରୋଧ ।’’

Leave A Reply

Your email address will not be published.