ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସନ୍ଧ୍ୟା ସମୟରେ ଶାନ୍ତିପଡା ପତଞ୍ଜଳି ଯୋଗ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଶ୍ରୀ ଯାଦବ ନାୟକ ହରିଦ୍ୱାରରୁ “ଯୋଗ ପ୍ରଭାରୀ ପ୍ରଶିକ୍ଷଣ କର୍ମଶାଳା”ରୁ ଫେରିଥିବା ଅବସରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ କକ୍ଷର ସଂଚାଳକ ଆଶୁତୋଷ ମିଶ୍ର ସଭା ପରିଚାଳନା କରିଥିଲେ । ପ୍ରଦୀପ ଖମାରି, ଦୀନବନ୍ଧୁ ଡାଙ୍ଗ ଓ ପ୍ରଶାନ୍ତ ସାହୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରିଥିଲେ । ଏଥିରେ ପ୍ରମୋଦ ରଣା, ମୋତିଲାଲ ସାହୁ, ଶଶାଙ୍କ ସାହୁ, ପ୍ରତିମା ଖମାରି, ସୁପକାନ୍ତି ନାୟକ, ସ୍ୱର୍ଣ୍ଣଲତା ସାହୁ, ନାରାୟଣୀ ସାହୁ, ସ୍ମିତା ପୁରୋହିତ, ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୦୧ -୨୦୨୬ରେ ହେବାକୁ ଯାଉଥିବା ସର୍ବ ଭାରତୀୟ ମାରାଥନ ଦୌଡରେ ଉଦ୍ୟୋକ୍ତା ରାଜା ପଣ୍ଡା ଉପସ୍ଥିତ ରହି ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସୂଚନା ଦେଇଥିଲେ ।
Prev Post