ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ୱ ଅର୍ଜନ କଲେ କନ୍ଧମାଳର ଛାତ୍ରଛାତ୍ରୀ

csstore

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟ ସ୍ତରୀୟ ଟାଏକଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରି ଫେରିଛନ୍ତି । ଭଦ୍ରକ ଠାରେ ଅନୁଷ୍ଠିତ ତିନିଦିନିଆ ରାଜ୍ୟ ସ୍ତରୀୟ ଓପନ ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ଟାଏକଣ୍ଡୋ ପ୍ରଶିକ୍ଷକ ଭିନସ୍ କୁମାର ନାୟକଙ୍କ ପ୍ରଶିକ୍ଷଣରେ ୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥିମଧ୍ୟରୁ ସ୍ୱର୍ଣ୍ଣ ପଦକରେ ଅପୂର୍ବା ଆର୍ଯ୍ୟ, ଦିବ୍ୟାଦର୍ଶନୀ ପ୍ରଧାନ, ଏସ୍‌. କେ ଶ୍ରୀଭା ପ୍ରଧାନ, ଆଶୁତୋଷ ପ୍ରଧାନ ଥିବାବେଳେ ରୌପ୍ୟ ପଦକରେ ଇଶାନ ଆଦିତ୍, ଆର୍ଯ୍ୟାନ୍ ଅନସାରୀ, ଆରୋହୀ ନାୟକ, ପରିନିତା ପ୍ରଧାନ, ସ୍ମିତାରାଣୀ ନାୟକ, ସ୍ନେହା ପାଣିଗ୍ରାହୀ ପ୍ରମୁଖ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ସେହିପରି ୧୫ ଜଣ କାଂସ୍ୟ ପଦକ ମଧ୍ୟ ହାସଲ କରିପାରିଛନ୍ତି । ଟାଏକଣ୍ଡୋ ଭଳି କ୍ରୀଡା ପ୍ରତି ଆଗ୍ରହ ଦେଖାଇବା ଏବଂ ଏଥିରେ ଛାତ୍ରଛାତ୍ରୀ ମାନଙ୍କ ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.