ଲଖନା କପ୍ କ୍ରିକେଟ ପ୍ରତିଯୋଗିତାରେ ଘଣ୍ଟବାହାଲକୁ ହରାଇ ଯମୁନା ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସଦରମହକୁମା ଖେଳ ପଡ଼ିଆଠାରେ ଗ୍ରାମର ସ୍ପୋର୍ଟସ ଆସୋସିଏନ ତରଫରୁ ଚାଲିଥିବା ତୃତୀୟ ଲଖନା କପ୍ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ଘଣ୍ଟବାହାଲ ଦଳକୁ ପରାସ୍ତ କରି ଯମୁନା କ୍ରିକେଟ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଫାଇନାଲ ଖେଳରେ ଘଣ୍ଟବାହାଲ ଦଳ ପ୍ରଥମେ ବ୍ୟାଟିଂକରି ୧୩୬ରନ କରିଥିବା ବେଳେ ଯମୁନା କ୍ରିକେଟ ଦଳ ୩ ୱିକେଟ ବିନିମୟରେ ମୋଟ ୧୩୭ରନ କରି ୭ ୱିକେଟରେ ବିଜୟ ଲାଭକରି ଚମ୍ପିୟାନ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନୀୟ ଅତିଥି ଭାବେ ଲଖନା ପଞ୍ଚାୟତ ସରପଞ୍ଚ ସଦାନନ୍ଦ ଦୀପ, ୱାର୍ଡ ସଭ୍ୟ ଅନାର୍ଯ୍ୟ ହଂସ, ଦେବାର୍ଚ୍ଚନ ଥପା, ତପନ ଦୀପ ନାରାୟଣ ଗହିର, ଜୟକିଷାନ ବାଗ, ପିଣ୍ଟୁ ଦୀପ, ଧନଞ୍ଜୟ ହଂସ, ଦେବାଶିଷ ଥପା, ଶଶାଙ୍କ ନାଏକ, କମଳ ପୁଟେଲ, ଚନ୍ଦ୍ରମଣୀ ଭୋଇ, କୁମଦ ଭୋଇ, ପବନ ଭଇଁସାଲ, ରୋହିତ ଧରୁଆ, ଚନ୍ଦନ ଦୀପ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ବିଜେତା ଦଳକୁ ଟ୍ରଫି ସହ ନଗଦ ୨୦ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୧୨ହଜାର ଟଙ୍କା ପ୍ରଦାନ କରିଥିଲେ । ମ୍ୟାଚ୍ ପରିଚାଳନା କ୍ଷେତ୍ର ଭଇଁସାଲ ଓ ହୃଦା ସାହୁ କରିଥିଲେ । ମେନ୍ ଅଫ ଦି ମ୍ୟାଚ୍ ରୂପେ ଜିତୁ, ବୋଲର ଫକୀର, ମେନ୍ ଅଫ ଦି ସିରିଜ ରୂପେ ଭିକାରୀ ପୁରସ୍କୃତ ହୋଇଥିଲେ । ଆଇନଜୀଵୀ ସୁଦାମ ବଘାର ସଭା ସଂଯୋଜନା କରିଥିଲେ । ଆୟୋଜକ କମିଟି ସଭାପତି ପବନ ଭଇଁସାଲ, ସମ୍ପାଦକ ଚନ୍ଦନ ଦୀପ, ତୋଫାନ ନାଏକ, ଟୁନା ଭୋଇ, ହିଙ୍ଗରାଜ ଭୋଇ, ସନୁକା ପୁଟେଲ, ମଣ୍ଟୁ ଭୋଇ, ଘନ ଥପା, ସୁମିତ ଭୋଇ, ଚିଙ୍କୁ ଭୋଇଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.