ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବୋଡ଼ାସମ୍ବର ଅଞ୍ଚଳର ସର୍ବ ପୁରାତନ ଅଶୋକ ଖେଳପଡିଆର ଉନ୍ନତି କରଣ ପାଇଁ ଦୀର୍ଘ ୨୪ ବର୍ଷ ଧରି ଦାବି କରାଯାଉଥିଲେ ବି ଗତ ସରକାର କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଏବେ ଡବଲ ଇଞ୍ଜିନ ସରକାରଙ୍କ ମାତ୍ର ୧୮ ମାସ ଭିତରେ ଏଥେଲେଟିକ ଆସୋସିଏସନର ସଦସ୍ୟମାନେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ଆଲୋଚନା କରି ପ୍ରସ୍ତାବ ରଖିବାକୁ ଅନୁରୋଧ କରିଥିଲେ । ଫଳରେ ସାଂସଦ ପୁରୋହିତ ପ୍ରସ୍ତାବକୁ ନେଇ ରାଜ୍ୟ ସରକାର ଓ ବିଭାଗୀୟ କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ଉଦ୍ୟମ କରିଥିଲେ । ଫଳରେ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ୫ କୋଟି ୧୮ ଲକ୍ଷ ୧୧ ହଜାର ବ୍ୟୟ ବରାଦ ରାଶି ଘୋଷଣା କରି ବିଭାଗୀୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବରେ ଯୋଗଦାନ ଦେବା ପାଇଁ ଆସିଥିବା ବେଳେ ଅଶୋକ ପଡ଼ିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଫଳରେ ପଦ୍ମପୁର ଏଥେଲେଟିକ ଆସୋସିଏସନ୍ ଓ ସ୍ଥାନୀୟ ଅଞ୍ଚଳର କ୍ରୀଡାବିତଙ୍କ ମହଲରେ ଖୁସି ଦେଖାଦେଉଛି । ତାଙ୍କ ସହିତ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ତଥା ଫାଓର ସଭାପତି ଟଙ୍କଧର ତ୍ରିପାଠୀ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା ମଧ୍ୟ ଉପସ୍ଥିତ ରହିଥିଲେ । ଦୀର୍ଘ ଦିନର ଦାବୀ ପୁରଣ ହେବାକୁ ଯାଉଥିବାରୁ ଏହି ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଏଥେଲେଟିକ ଆସୋସିଏସନ୍ ପଦ୍ମପୁର ସମ୍ପାଦକ ଶିରିଶ ବହିଦାର ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ସମୟରେ ଆମ ଅଞ୍ଚଳକୁ ଗୁରୁତ୍ୱ ଦେଇ ଆସୁଥିବାରୁ ପଦ୍ମପୁର ଏଥେଲେଟିକ ଆସୋସିଏସନ୍ ତରଫରୁ ଓଡିଶା ସରକାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ସମୟରେ ଏଥେଲେଟିକ ଏସୋସିଏସନର ସତ୍ୟନାରାୟଣ ତ୍ରିପାଠୀ, ଗୋବିନ୍ଦ ଅଗ୍ରୱାଲ, ନିରୋଜ ଦୋରା, ନୀଳମାଧବ ଦୋରା, ଗୋବିନ୍ଦ ପାଣିଗ୍ରାହୀ, ନୀଳମଣି ସାହୁ, ଅଶୋକ କୁମାର ମିଶ୍ର ଓ ବିଶିଷ୍ଟ ଖେଳାଳି ପ୍ରମୁଖ ଉପସ୍ଥିତ ରହିଥିଲେ ।