csstore

ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ମାଗୁରବେଡାକୁ ହରାଇ ଅମାମୁଣ୍ଡା ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ପଂଚାୟତ ନିକଟରେ ଲୋୟର ସୁକତେଲ ଡ୍ୟାମ ଖେଳ ପଡିଆରେ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ୫ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିବସରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଏବଂ ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଦିବସ ଫାଇନାଲ ମ୍ୟାଚ୍‌ରେ ମାଗୁରବେଡାକୁ ହରାଇ ଅମାମୁଣ୍ଡା ଚମ୍ପିୟାନ ହୋଇ ଟ୍ରଫି ସହ ୧୦ହଜାର ଟଙ୍କା ପୁରସ୍କାର ରାଶି ପାଇଛି । ମେରା ଯୁବା ଭାରତ (ନେହେରୁ ଯୁବକେନ୍ଦ୍ର) ସହାୟତାରେ ବନଦୁର୍ଗା ମହୋତ୍ସବ କମିଟି ଓ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ବାରପୁଡୁଗିଆ ଉଦ୍ୟମରେ ଏକ ନୂତନ ଭାବେ ନିର୍ମିତ ଖେଳ ପଡିଆରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଇଂ ସୁରେନ୍ଦ୍ର କୁମାର ଭୋଇ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ଏବଂ ତାଙ୍କ ବକ୍ତବ୍ୟରେ ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ କ୍ରୀଡା ପ୍ରେମୀଙ୍କ ପାଇଁ ଏହି ପଡିଆ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ ଓ ଆଗାମୀ ଦିନରେ ଏହି ପଡିଆକୁ ଉନ୍ନତଧରଣର ଏକ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଫୁଟବଲ ଖେଳାଳି ଲୋକନାଥ କୁମୁରା, ପ୍ରଭୁଦତ୍ତ ପ୍ରଧାନ, ପ୍ରକାଶ ବରାଇ, ସମାଜସେବୀ ବିଶ୍ୱଜିତ ନାଥ, ଓକିଲ ରଂଜନ ଭୋଇ, ସରପଂଚ ସଦାଶିବ କନ୍ଧେର । ଏହି କାର୍ଯ୍ୟକ୍ରମକୁ ବନଦୁର୍ଗା ମହୋତ୍ସବ କମିଟିର ସଭାପତି ସଂଜୟ କୁମାର ଗଡତ୍ୟା ଓ ଉପ-ସଭାପତି କୈ÷ଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବିଶି, ରାମ କିଶୋର ଅଦାବରିଆ, ପ୍ରମୋଦ ପଟେଲ, ଭରତ କୁମାର ସାହୁ, ପିଙ୍କୁ ଭୋଇ, ବ୍ୟାସଦେବ ବନଛୋର, ଅଜୟ ଗଡତ୍ୟା ଓ ରେଫରି ଉମେଶ ଭୋଇ, ଜଳନ୍ଧର ସାହୁ, ସଂଜିବ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.